ଅଗସ୍ତି ନୂଆଗାଁ ଗ୍ରାମପଞ୍ଚାୟତରେ ସ୍କୁଲ ପରିଚାଳନ କମିଟୀ ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ

0 46

ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ରାଜୀବ ସେବା କେନ୍ଦ୍ର କାଯ୍ୟାଳୟରେ ସରପଞ୍ଚଙ୍କ ଅନୁପସ୍ଥିତରେ ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ନଂ ୯୧୫୩ /୨୧ ,ତା-୨୮/୦୯/୨୦୨୧ ପ୍ରକାରେ ଓଡ଼ିଶାର ସମସ୍ତ ସ୍କୁଲରେ ସ୍କୁଲ ପରିଚାଳନା କମିଟୀ ଏବଂ ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟୀ ଗଠନ କରିବା ନିମନ୍ତେ ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ମଧ୍ୟରେ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଦେଶ ହୋଇଛି ।ଏହି କ୍ରମେ ଚିଠି ଆସିଥିବା ବେଳେ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତରେ ଏହାକୁ କାଯ୍ୟକାରୀ କରିବା ନିମନ୍ତେ ପଞ୍ଚାୟତକାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବସିଥିଲା । ସମସ୍ତଶିକ୍ଷକ ପ୍ରଧାନଶିକ୍ଷକ ,ୱାର୍ଡ ସଦସ୍ୟ,ସଦସ୍ୟା ,ଅଙ୍ଗନବ୍ବାଡ଼ି ଦିଦି ,ସ୍ୱୟଂ ସହାୟକ ଗୋଷ୍ଠି ର ଏମବିକେ,ସିଆରପି ମାନଙ୍କୁ ନେଇ ବୈଠକ ବସିଥିଲା । ସ୍କୁଲ ପରିଚାଳନା କମିଟି ଗଠନର ସମସ୍ତ ନିର୍ଦ୍ଦେଶନାମା ଏବଂ କେଉଁମାନେ କମିଟୀରେ ରହିବେ ,କିପରି ଭାବରେ କମିଟି ଗଠନ ହେବ ସେ ଉପରେ ବିସ୍ତୁତ ଭାବେ ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡା ବିଶଦ ଭାବେ ବୁଝାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ବନଜ୍ୟୋଷ୍ଣା ଦାଶ ,ନୋଳିଆ-ନୂଆଗାଁ ସ୍କୁଲର ସହକାରୀ ଶିକ୍ଷକ ସୁବାସ ଚନ୍ଦ୍ର ମଲ୍ଲିକ , ଏମବିକେ ମିତାଞ୍ଜଳି ଗୌଡ଼ ,ରଜନୀ ଦାସ ,ଭାରତୀ ବେହେରା ,ଏଙ୍ଗ.ସୁକୁମାରୀ, ଝୁମୁରି ଗୌଡ଼ ,ଶର୍ମିଷ୍ଠା ପଲେଇ ,ନର୍ମଦା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l

ଗଂଜାମ ଇପିଏରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.