ଅଜଣା ଗାଡି ଧକ୍କା ରେ ସାମ୍ବାଦିକ ଙ୍କ ଭାଇଙ୍କ ମୃତ୍ୟୁ

0 289

ସାନ୍ଧ୍ୟ ଭ୍ରମଣ ହେଲା କାଳ

କେବଡ଼ି ବିଜୁ ଏକ୍ସପ୍ରେସ ୱେ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଧର୍ମଗଡ଼ ର ଇପିଏ ର ଧର୍ମଗଡ଼ ପ୍ରତିନିଧି ଦିନେଶ କୁମାର ଅଗ୍ରୱାଲ ଙ୍କ ବଡ଼ଭାଇ ବିଶିଷ୍ଟ ବ୍ୟବସାୟୀ ନରେଶ ଅଗ୍ରୱାଲ ଙ୍କ ଦେହାନ୍ତ ଘଟିଛି। ସାନ୍ଧ୍ୟ ଭ୍ରମଣରେ ଯାଇଥିବା ସମୟରେ ପଛପଟୁ ଏକ ଅଜଣା ଗାଡି ତାଙ୍କୁ ପଛ ପଟରୁ ଧକ୍କା ଦେବାରୁ ସେ ଦୂରକୁ ଛିଟିକି ପଡ଼ିଥିଲେ।ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିଲା।ତାଙ୍କୁ ତୁରନ୍ତ ଧର୍ମଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଦୁର୍ଘଟଣା ଘଟାଇଥିବା ଗାଡ଼ି ର ସନ୍ଧାନ ମିଳିନାହିଁ।ଶ୍ରୀ ଅଗ୍ରୱାଲ ଜଣେ ସ୍ପଷ୍ଟ ବାଦୀ,ସରଳ ଓ ପରୋପକାରୀ ବ୍ୟକ୍ତି ଥିଲେ ତାଙ୍କର ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ବଡ଼ପୁଅ ନିଲେଶ କୁମାର ଗର୍ଗ ମୁଖାଗ୍ନି ଦେଇଥିଲେ।ଧର୍ମଗଡ଼ ଅଗ୍ରୱାଲ ସମାଜର ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ,ଶ୍ରବଣ ଅଗ୍ରୱାଲ, କିଶନ ଅଗ୍ରୱାଲ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘର ସଭାପତି ଆଚାର୍ଯ୍ୟ ହୃଷିକେଶ ମିଶ୍ର, ବ୍ୟବସାୟୀ ସଂଘର ସଭାପତି ଵିଦ୍ୟାଧର ସାହୁ, ସମ୍ପାଦକ ଅରୁଣ କୁମାର ତାୟଲ, ସାମ୍ବାଦିକ ସଂଘର ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ବସ୍ତିପଡା ଦୁର୍ଗାପୂଜା କମିଟିର ସୁବାସ ଚନ୍ଦ୍ର ଅଗ୍ରୱାଲ, ଅଜିତ କୁମାର ସାହୁ, ନରେଶ ଅଗ୍ରୱାଲ, ଜଗନ୍ନାଥ ସେବା ସମିତିର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ସରକାରୀ ଓକିଲ ଥବିର ପ୍ରସାଦ ସାହୁ, ରାଜେନ୍ଦ୍ର କୁମାର ମୁନି ପ୍ରମୁଖ ଶୋକବ୍ୟକ୍ତ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.