ଅଣ ସଂକ୍ରାମକ ରୋଗ ସଚେତନତା ପାଇଁ ଭିଡିଓ ସୋ’ ଆରମ୍ଭ

0 4

ସୁବର୍ଣ୍ଣପୁର:ଅଣ ସଂକ୍ରାମକ ରୋଗ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଅଡିଓ ଭିଜୁଆଲ ଭ୍ୟାନର ଶୁଭାରମ୍ଭ ହୋଇଯାଇଛି ।ଡାକ୍ତର ରାମ ଶଙ୍କର ତ୍ରିପାଠୀ ଉପସ୍ଥିତ ରହି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏଭି ଭ୍ୟାନର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିପିଏମ ଅଶୋକ ମିଶ୍ର, ଆୟୁଷ ଡାକ୍ତର ପ୍ରମୋଦ ମେହେର, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର ଫାର୍ମାସିଷ୍ଟ ଅଞ୍ଜଳି ଛତରିଆ, ଫାର୍ମାସିଷ୍ଟ ଦେବାଶିଷ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଗାମୀ କିଛିଦିନ ପାଇଁ ଏହି ଭ୍ୟାନଟି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମ ବୁଲି ସାପ୍ତାହିକ ହାଟ ଅଂଚଳରେ ଭିଡିଓ ସୋ’ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ ରହିଛି।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.