ଅତାବିରା ର ତିନି ଶିକ୍ଷକ ନିଶିଗନ୍ଧା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

0 9

ଗୁରୁଦିବସ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧା ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଗୁରୁଦିବସ ଓ ଶ୍ରେଷ୍ଠ ଶିକ୍ଷକ ସମ୍ବର୍ଦ୍ଧନା ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ , ଶ୍ରୀ ଶିବାଜୀ ବିଶି ଓ ଶ୍ରୀ ପାଣ୍ଡବ ସାମଡ ଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି। କରୋନା କଟକଣା କୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଟି ଅlଭାସି ମାଧ୍ୟମରେ ହୋଇଥିଲା । ଗାଁ ମଲ୍ଲି ସାହିତ୍ୟ ଶିଶୁ ପତ୍ରିକା ର ସଂପାଦକ ତଥା ଜଗନ୍ନାଥ ସେବା ପ୍ରତିଷ୍ଠାନ ର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ଫାରକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଚଳଚ୍ଚିତ୍ର କଥାକାର ଡଃ ରଜନୀ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଗନ୍ନାଥ ସଂସ୍କୃତି ର ବିଶାରଦ ଡଃ ଗଣେଶ୍ୱର ସ୍ୱାଇଁ ଓ ବିଶିଷ୍ଟ ସାହିତ୍ୟିକ ଡଃ ବିଭୂତି ଭୂଷଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ ରଖି ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ କରିବାରେ ନିଜକୁ ହଜେଇ ଦେଇ ଶିକ୍ଷାଦାନ କୁ ନିଜର ପେଶା ନ କରି ନିଶା ଭାବେ ଗ୍ରହଣ କରିନେଇଥିବା ୪୬ଜଣ ଶିକ୍ଷକଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ଦିଆଯାଇଥିଲା।ଏହି ଅବସରରେ ଏକ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା।ରାଜ୍ୟର ପ୍ରାୟ ୫୦ଜଣ କବି କବୟିତ୍ରୀ ଏଥିରେ ସାମିଲ ହୋଇ କବିତା ପାଠ କରିଥିଲେ।ଏହି କବିତା ଆସରକୁ ସଂସଦର ସଂଗଠନ ସମ୍ପାଦିକା ଶ୍ରୀମତୀ ଅନୁସୂୟା ଦେବତା ସଂଯୋଜନା କରିଥିବା ବେଳେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଶ୍ରୀ ନିରଦ ଚନ୍ଦ୍ର ଜେନା ପରିଚାଳନା କରିଥିଲେ। ସଂଗଠନ ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ପଟ୍ଟନାୟକ ଙ୍କ ବ୍ରହ୍ମନାଦ ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଥିଲା। ଆକାଶ ବାଣୀ ର ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ରୀ ଗଗନ ବିହାରୀ ସ୍ୱାଇଁ ସୁନ୍ଦର୍ ଭଜନ ପରିବେଷଣ କରିଥିଲେ।

ବରଗଡ ଜିଲା ଇପିଏ ରୁ ସୁବାଷ ଚନ୍ଦ୍ର ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.