ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଦୁର୍ନିତୀର ଲିପ୍ତ ଥିବା ଅଭିଯୋଗ

0 11

ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ କ୍ଷମତାର ଅପବ୍ୟବହାର ଓ ଦୁର୍ନିତୀର ଲିପ୍ତ ଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ।
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରିବା ଓ ଦୁର୍ନିତୀରେ ଲିପ୍ତ ଥିବା ଅଭିଯୋଗ କରି ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ପୌରପାଳିକା କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ସେଠାରେ ବିଧାୟକ ଶ୍ରୀ ରାଓଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଅନାମ ଚରଣ ପାତ୍ରଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରାଓଙ୍କ ସମେତ ବହୁ ବିଜେପି ନେତା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଅନାମ ଚରଣ ପାତ୍ର ବହୁବର୍ଷ ଧରି ଗଜପତି ଜିଲ୍ଲାରେ ବିଭିନ୍ନ ପ୍ରଶାସନିକ ପଦବୀରେ ବାରମ୍ବାର ଅବସ୍ଥାପିତ ହୋଇ ନିଜର ପଦବୀ ଓ କ୍ଷମତାର ଅପବ୍ୟବହାର କରି ସରକାରୀ ଯୋଜନା ଗୁଡିକର ଅର୍ଥ ଆତ୍ମସାତ କରିବା ସହ ବ୍ୟାପକ ଦୁର୍ନିତୀ କରିଛନ୍ତି । ଏହାସହ ଦଳ ତରଫରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ୫ଦଫା ସମ୍ବଳିତ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଦାବୀପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବୀପତ୍ରରେ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ବିଭିନ୍ନ ସଚେତନତା ନିମନ୍ତେ ବ୍ୟବହାର କରାଯାଉଥିବା ପ୍ରଚାର ଗୁଡିକର ଟେଣ୍ଡର ନକରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରାଯାଇଛି , ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ନିଜର ପଦବୀ ଓ କ୍ଷମତାର ଅପବ୍ୟବହାର କରି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଅନୈତିକ ଉପାୟରେ ଅର୍ଥ ଆତ୍ମସାତ ନିମନ୍ତେ କୌଶଳପୂର୍ଣ୍ଣ ବ୍ଲାକମେଲ୍ କରିବା, ବିନା ଟେଣ୍ଡରରେ କୋଟିକୋଟି ଟଙ୍କାର କାର୍ଯ୍ୟାଳୟ ଆସବାବ ପତ୍ର ଓ ତାର ପରିଚାଳନା ନିମନ୍ତେ ଅଯଥାରେ ଆବଶ୍ୟକୀୟ ସାମଗ୍ରୀ ମନଇଛା କ୍ରୟ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନିତୀ କରିବା, ପାରଳାଖେମୁଣ୍ଡି ପୌରପାଳିକାରେ କାର୍ଯ୍ୟରତ ଝାଡୁଦାର ମାନଙ୍କ ଦରମା ପ୍ରଦାନରେ ମୋଟା ଅଙ୍କର ଲାଞ୍ଚ ନେବା ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନାରେ ଅର୍ଥ ଆତ୍ମସାତ କରିବା, ମାନ୍ୟକ୍ରମ(ପ୍ରୋଟକଲ୍‌) ଭଙ୍ଗ କରି ଗାଡିରେ ନାଲିବତୀ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ଗୁଡିକ ଉଲ୍ଲେଖ ରହିଛି । ଏହି ଦୁଇ ପ୍ରଶାସନିକ ଅଧିକାରୀ ଜିଲ୍ଲାରେ ରହିଲେ ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୁକ୍ତ ଓ ଅବାଧରେ ହେବା ସମ୍ଭବ ନୁହେଁ । ତେଣୁ ଏହି ଦୁଇ ପ୍ରଶାସନିକ ଅଧିକାରୀଙ୍କ ଜିଲ୍ଲାରୁ ବଦଳି କରିବା ଏବଂ ସେମାନଙ୍କ ସମ୍ପତି ଯାଞ୍ଚ କରିବାକୁ ଦାବୀ ଶ୍ରୀ ରାଓ କରିଛନ୍ତି । ଏହି ବିକ୍ଷୋ ପ୍ରଦର୍ଶନରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ, ଉପସଭାପତି ଜଗନ୍ନାଥ ମହାପାତ୍ର, କାଶିନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଚିତ୍ରୀ ସୀମାଦ୍ରୀ, ପାରଳାଖେମୁଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ସିଏଚ ତାରକେଶ୍ୱରୀ,ଜିଲ୍ଲା ପରିଷଦ ସଦସ୍ୟ ଜି ଶ୍ରୀଧର, ଜିଲ୍ଲା ସମ୍ପାଦିକା କେ ପୂଣ୍ୟବତୀ, ଅରୁଣିମା ସାହି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ପି. ଲତା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ସୁନୀଲ ମହାପାତ୍ର, ସୁନୀଲ ମହାପାତ୍ର, ହରି ବାଦ. ବିଭୁତି ଭୂଷଣ ବେହେରା, ପିନିଣ୍ଟି କ୍ରାନ୍ତିଙ୍କ ସମେତ ବହୁ ସଂଖ୍ୟକ ବିଜେପି ନେତା ଓ କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

ସଂଗ୍ରାମ ଶେଖର ପଣ୍ଡା(ଗଜପତି ଜିଲ୍ଲାର ବିଭିନ୍ନ ପଦବୀରେ ଅବସ୍ଥାପିତ କାର୍ଯ୍ୟକାଳ)


ପାରଳାଖେମୁଣ୍ଡି ତହସିଲଦାର (ତା. ୧୦-୦୩-୨୦୦୪ ରୁ ୦୮-୦୯-୨୦୦୬ରିଖ)
ପାରଳାଖେମୁଣ୍ଡି ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ତା. ଜୁଲାଇ ୨୦୧୮ରୁ ଡିସେମ୍ବର ୨୦୧୯)
ଉପଜିଲ୍ଲାପାଳ(ତା. ୦୧-୦୨-୨୦୨୦ ରୁ ୨୪-୦୬-୨୦୨୧ରିଖ)
ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ତା. ୦୧-୦୨-୨୦୨୦ ରୁ ୨୪-୦୬-୨୦୨୧ରିଖ)
ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ(ତା. ୦୧-୦୨-୨୦୨୦ ରୁ ୨୪-୦୬-୨୦୨୧ରିଖ)
ଅତିରିକ୍ତ ଜିଲ୍ଲାପାଳ(ତା.୨୫-୦୬-୨୦୨୧ରିଖରୁ ଅଦ୍ୟାବଧି କାର୍ଯ୍ୟରତ)

ଅନାମ ଚରଣ ପାତ୍ର ଙ୍କ (ଗଜପତି ଜିଲ୍ଲାର ବିଭିନ୍ନ ପଦବୀରେ ଅବସ୍ଥାପିତ କାର୍ଯ୍ୟକାଳ)


ପାରଳାଖେମୁଣ୍ଡି ପୋରପରିପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ (ତା. ୧୨-୦୭-୨୦୦୪ ଠାରୁ ୨୧-୦୨-୨୦୦୬)
ଉପଜିଲ୍ଲାପାଳ(ତା.୦୧-୦୯-୨୦୧୪ ଠାରୁ ୦୧-୦୮-୨୦୧୭)
ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ(ତା. ୦୧-୦୮-୨୦୧୭ ଠାରୁ ୩୧-୦୩-୨୦୧୮ରିଖ)
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ(ଭାରପ୍ରାପ୍ତ) (ତା. ୦୧-୦୪-୨୦୧୮ ଠାରୁ ୧୮-୦୯-୨୦୧୮ରିଖ)
ଅତିରିକ୍ତ ଜିଲ୍ଲାପାଳ(ଭାରପ୍ରାପ୍ତ)(୦୧-୦୮-୨୦୧୮ ଠାରୁ ୦୭-୦୮-୨୦୧୮ରିଖ)
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ(ତା. ୨୭-୦୪-୨୦୨୧ରିଖରୁ ଅଦ୍ୟାବଧି କାର୍ଯ୍ୟରତ)

ଗଜପତି ଇପିଏ ରୁ ଦିଲ୍ଲୀପ କୁମାର ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.