ଅତୀତର ନୌବାଣିଜ୍ୟ ପରମ୍ପରା କୁ ମନେ ପକାଇ ଆଜି ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଶ୍ରଦ୍ଧାଳୁଙ୍କ ଭିଡ଼

0 12

ସୁବର୍ଣ୍ଣପୁର : ରାଜ୍ୟରେ କରୋନା କଟକଣା ଯୋଗୁଁ ଫିକା ପଡିଛି ପରମ୍ପରା l କଟକଣା ସତ୍ତ୍ୱେ ସୁବର୍ଣ୍ଣପୁର ମହାନଦୀ ତେଲନଦୀ କର୍ପୁର ନଦୀର ତ୍ରିବେଣୀ ସଙ୍ଗମ ବା ଦ୍ଵିତୀୟ ବାରାଣାସୀ କୁହାଯାଉଥିବା ଐତିହାସିକ ପୀଠ ଶ୍ରୀ ରାମେଶ୍ୱର ଶିବ ପୀଠ ଠାରେ ମହାପ୍ରଭୁଙ୍କ ଦର୍ଶନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ତଥା ପାଖ ପଡୋଶୀ ବୌଦ୍ଧ, ବଲାଙ୍ଗୀର, ବରଗଡ଼ ଓ ଅନୁଗୁଳ ଜିଲ୍ଲାର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି l ସାଧବ ପୁଅ ମାନେ ଭାଦ୍ରବ ମାସ ( ତଅପୋଇ କାହାଣୀ ଅନୁସାରେ ) ବାଣିଜ୍ୟ ସାରି ନିଜ ନିଜ ଘରକୁ ଫେରିବା ଦୃଷ୍ଟାନ୍ତ ରହିଛି l ବର୍ଷାରେ ଆଷାଢ ଶ୍ରାବଣ, ମେଘ ବରଷଇ ଘନ ଘନ l ଏହି ସମୟରେ ବିଦେଶ ଯାତ୍ରା କରିବା ଅସମ୍ଭବ l ଆଶ୍ଵିନ ମାସ ଶେଷ ସପ୍ତାହ ଠାରୁ ଉତ୍ତରା ପବନ ଆରମ୍ଭ ( ଥଣ୍ଡା ପବନ ) ହେବାର ଦୃଷ୍ଟାନ୍ତ ରହିଛି l ( ଦଶହରା ଠାରୁ ପସରା ମେଳାଇଥାଏ ) ଯାହା ପାଲ ପାଇଁ ଅନୁକୂଳ ହୋଇଥାଏ l ଏଥିପାଇଁ କାର୍ତ୍ତିକ ପୁର୍ଣିମା ଠାରୁ ( ସମୁଦ୍ର ର ଉଚ୍ଚ ଜୁଆର ସହିତ ପବନ ର ବେଗ ବୋଇତ ଚଳାଇବାରେ ସହାୟହୋଇଥାଏ ) ସାଧବ ପୁଅ ମନେ ବିଦେଶ ଯାତ୍ରା କରିଥାନ୍ତି l ଏହାକୁ ମନେ ପକାଇବା ପାଇଁ ଆଜିର ଦିନରେ ଜଳାଶୟ ମାନଙ୍କରେ ଡ଼ଙ୍ଗା ଭସାଇବାର ପରମ୍ପରା ରହି ଆସିଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.