ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ

0 130

ଗଜପତି ଜିଲ୍ଲା ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଗଜପତି ଜିଲ୍ଲା ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ଦର ବୃଦ୍ଧିକୁ ବିରୋଧ କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା । ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ବିଜୁ ଯୁବଜନତା ଦଳ ସଭାପତି ଏସ ଲିଙ୍ଗରାଜ ଓ ବିଜୁ ଛାତ୍ରଜନତା ଦଳ ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ନେତୃତ୍ୱରେ କରାଯାଇଥିଲା । କେନ୍ଦ୍ର ସରକାର ଦ୍ୱାରା ଗତ କିଛି ମାସ ହେଲା ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଗୁଡିକର ଦରଦାମ ଅହେତୁକ ଭାବେ ବୃଦ୍ଧି କରି ଚାଲିଛନ୍ତି । ଯଦ୍ୱାରା କି ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷ କରି ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁଁ ଘରେ ଚୁଲି ଜଳିବା ଅସମ୍ଭବ ହୋଇପଡିଲାଣି । କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଏହି ଅସୁବିଧା ପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଇଛି । କେନ୍ଦ୍ର ସରକାର ଦରଦାମ ବୃଦ୍ଧି ଘଟଣା ଜନମାନସରୁ ହଟାଇବା ନିମନ୍ତେ ଅନ୍ୟ ବିକାଶ ମୂଳକ କାର୍ଯ୍ୟ କରାଯାଉଛି ବୋଲି ଜନସାଧାରଣଙ୍କୁ ଲୋଭନୀୟ ପ୍ରତିଶୃତି ଓ ମନଗଢା ଭାଷଣ ଦେବାରେ ବ୍ୟସ୍ତ ରହୁଛନ୍ତି ବୋଲି ଉପସ୍ଥିତ ଥିବା ନେତା ମାନେ ନିଜନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ମହାମହିମ ରଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସ୍ମାରକପତ୍ର ଗ୍ରହଣ କରିଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭରେ ଗଜପତି ଜିଲ୍ଲା ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର ନେତା ଓ କର୍ମୀମାନେ ରନ୍ଧନ ଗ୍ୟାସ ସିଲିଣ୍ଡରକୁ କୋକେଇରେ ବୋହିବା ସହ କାଠ ଚୁଲାରେ ରାନ୍ଧି ଅଭିନବ ଉପାୟରେ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିଲା । ଏହି ପ୍ରତିବାଦ ସଭାରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା, ପାରଳାଖେମୁଣ୍ଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ବିଜୁ ମହିଳା ଜନତା ଦଳ ଉପସଭାପତି ସଂଯୁକ୍ତା ବେହେରା, ବରିଷ୍ଠ ବିଜେଡି ନେତା ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ,ଜମିଦାର ପଟନାୟକ, ଏନ୍ନୀ ଶଙ୍କରୀ, ଶାନ୍ତିଲତା ଜେନାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତିଙ୍କ ତତ୍ତ୍ୱାଧାନ ଓ ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବହୁ ପୋଲିସ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁତୟନ ହୋଇଥିଲେ ।

ଗଜପତି ଜିଲା ଇପିଏ ରୁ ଦିଲୀପ ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.