ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ବିଡ଼ା ବିଡ଼ା ନୋଟ୍‌

0 18

ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଭିଜିଲାନ୍ସ ରେଡ୍ ମିଳିଲା ଏହି ଟଙ୍କା। ଏହା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ତାଙ୍କ ନାଁ ବିଧାନ ସାହୁ।

ସେ କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର) ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସେ ସେଠାରୁ କାରରେ କଟକ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ଯାଜପୁର ଏନ୍‌ସି କଲେଜ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ। ଯାଜପୁର ଭିଜିଲାନ୍ସ ସହାୟତାରେ କଟକ ଭିଜିଲାନ୍ସ ଏହି ଚଢ଼ାଉ କରିଥିଲା।

ବିଧାନ ସାହୁଙ୍କ କାର୍‌ ଯାଞ୍ଚ ବେଳେ ସେଥିରୁ ୧୦ ଲକ୍ଷ ଟଙ୍କା ମିଳିଛି। ଏତେ ଟଙ୍କା ସେ କାହିଁକି ସାଙ୍ଗରେ ନେଇ ଯାଉଥିଲେ ଓ ଏହା କେଉଁଠୁ ଆସିଲା, ସେ ନେଇ ଶ୍ରୀ ସାହୁ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ବୋଲି ଜଣାପଡ଼ିଛି। ଭିଜିଲାନ୍ସ ଟଙ୍କା ଜବତ କରି ତଦନ୍ତ କରୁଛି। ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ ଅଧିକାରୀମାନେ କଟକ ମହତାବ ରୋଡ୍ ସ୍ଥିତ ତାଙ୍କ ଘରକୁ ନେଇ ଅଧିକ ଖୋଳତାଡ଼ କରୁଛନ୍ତି ବୋଲି ଜଣାପଡ଼ିଛି।

ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.