ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ମଣିଷ

0 1

ମାନବ ଚନ୍ଦ୍ର ପୃଷ୍ଠରେ ନିଜର ସ୍ଥିତି ଜାହିର କରିବାକୁ ପ୍ରତିଯୋଗିତା ଆରମ୍ଭ କରିଥିବା ବେଲେ ଅନ୍ୟପଟେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ମଣିଷକୁ ସମାଜରୁ ବାସନ୍ଦ କରିବା ଏକବିଂଶ ଶତାବ୍ଦୀର ଆଧୁନିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଯେତେ ଆଗକୁ ବଢିଥିଲେ ମଧ୍ୟ ସଚେତନତା ଅଭାବରୁ ତୃଣମୂଳ ସ୍ତରର ବା ଗ୍ରାମାଞ୍ଚଳରେ ବସବାସ କରୁଥିବା ମଣିଷ ବିଭିନ୍ନ ସମୟରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତଥା ଅସାମାଜିକ ଲୋକଙ୍କ ସମ୍ପର୍କରେ ଆସି ଅକାଳରେ ମୃତ୍ୟବରଣ କରୁଛନ୍ତି ।

ଚିକତ୍ସା ବିଜ୍ଞାନ ଯେ ମଣିଷକୁ ଜୀବନ ଦାନ ବ୍ୟତୀତ ଅନ୍ୟ ସବୁକିଛି ଯୋଗାଇ ଦେବାରେ ସମ୍ଭବପର ହୋଇପାରିଛି । ତଥାପି ଗାଁ ଗହଳିରେ ଲୋକମାନେ ସଚେତନତା ଅଭାବରୁ ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଏବେ ବି ଜର୍ଜରୀତ ।

ବରଗଡ ଇପିଏ ରୁ ସୁବାସ ଦୋରାଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.