ଅନ୍‌ଲାଇନରେ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସିବିଆଇ ଚଢ଼ାଉ

0 13

ନୂଆଦିଲ୍ଲୀ : ଅନଲାଇନ ଶିଶୁ ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ନେଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)।ସିବିଆଇ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ୱରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୮୩ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଯାଇଛି। ଯାହାର ତଦନ୍ତ ଏବେ ଆରମ୍ଭ କରାଯାଇଛି। ତଦନ୍ତ ସମାପ୍ତ ହେବା ପରେ ଘଟଣାକୁ ନେଇ ଅଧିକ ସୂଚନା ମିଳିବ ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସିବିଆଇ ଅଧିକାରୀଙ୍କ ସୂଚନା ମୁତାବକ ଦେଶର ବିଭିନ୍ନ ରାଜ୍ୟର ୭୬ ସହରରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇ ଦିନ ପୂର୍ବେ ସିବିଆଇ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଥିଲା । ଆଜି ସକାଳେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଳୀ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶରେ l

ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.