ଅପମିଶ୍ରଣ ଓ ଅଖାଦ୍ୟ ବିକ୍ରୀ ଉପରେ କଡା ଅଙ୍କୁଶ ଲଗେଇବା ଦାବି

0 4

ସ୍ବାସ୍ଥ୍ୟ ହିଁ ସମ୍ପଦ ଆଲୋଚନା ଚକ୍ର

ବ୍ରହମପୁର : ସଂପ୍ରତି କୋରନା ଦାଉରେ ନାଗରିମାନେ ଅତିଷ୍ଠ ହୋଇ ନିଜର ସ୍ୱାସ୍ଥ୍ୟ, ଆର୍ଥିକ ଅନ।ଟନ ରେ ଜର୍ଜରିତ ହେଉଥିବା ବେଳେ ବଜାରରେ ଚଢ଼ା ଦରରେ ଅପମିଶ୍ରଣ ଅଖାଦ୍ୟ ବିକ୍ରୀ ଘୋର ପରିତାପର ବିଷୟ। ପ୍ରତ୍ୟକ୍ ଛୋଟ ବଡ଼ ଦୋକାନ , ହୋଟେଲ, ମାଛ ବଜାର, ଚିକେନ , ମଟନ , ଫାଷ୍ଟ ଫୁଡ୍ କେନ୍ଦ୍ର ଗୁଡ଼ିକ ପ୍ରଶାସନ ପକ୍ଷରୁ ନିୟମିତ କଡା ଯାଞ୍ଚ ଓ ଦଣ୍ଡ ର ଆବଶ୍ୟକ ସହ ଦରଦାମ ଉପରେ ଅଙ୍କୁଶ ଲଗାଇବା ଦରକାର। ବିନା ଫୁଡ୍ ଲାଇସେନ୍ସ ଓ ଉପଯୁକ୍ତ ପାନୀୟ ଜଳ ନଥିବା ଖାଦ୍ୟ କେନ୍ଦ୍ର ଗୁଡ଼ିକୁ ବନ୍ଦ କରିବା ଆବଶ୍ୟକ ରହିଛି।ଅନ୍ୟ ପକ୍ଷରେ ଚାଇନା ସଲଟ ବ୍ୟବହାର ନ କରିବା ଉପରେ ସମସ୍ତେ ସଚେତନତା ହେବା ଆବଶ୍ୟକ ବୋଲି ସର୍କିଟ ହାଉସ୍ ସମ୍ମିଳନୀ ପ୍ରୋକୋଷ୍ଟ ରେ ରୋଟାରୀ କ୍ଲବ ମିଡ୍ ଟାଉନ୍ ଓ ମହାନ୍ ହେଲତ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ଆଲୋଚନା ଚକ୍ର ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।

ଫାଉଣ୍ଡେସନ୍ ତଥା କ୍ଲବ୍ ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଡ ଜୟନ୍ତି ରାଓ, ଗୋକୁଳ ଦାସ, ଅଳକା ସାହୁ, ପ୍ରକାଶ ଭାଜନି,ସଞ୍ଜୟ ମାଝି, ଶ୍ରୀକାନ୍ତ ସାବତ, ଅନତ ପ୍ରଧାନ, ବିଭୂତି ସାହୁ, ଲଳିତ ପାଢ଼ୀ, ହରିକୃଷ୍ନ ମିଶ୍ର , ଇ ତେଜେଶ୍ୱର୍ ରାଓ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ହରିପ୍ରସାଦ ମାଳନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ ପାତ୍ର ଧନ୍ୟବାଦ ଅର୍ପଣକରିଥିଲେ। ନିକଟରେ ସମସ୍ତ ଅନୁଷ୍ଠାନ, ପ୍ରଶାସକ, ସ୍ଵସ୍ତୁବିଭାଗ ଙ୍କୁ ନେ଼ଇ ଆଲୋଚନା ସହ ବ୍ୟାପକ ଜନ ସଚତନତା ସୃଷ୍ଟି ସହ ସ୍ଥାୟୀ ପ୍ରତିକାର ନିମନ୍ତେ ଏକ ପ୍ରତିନିଧି ଦଳ ସ୍ବାସ୍ଥ୍ୟ ମନ୍ତି ଓ ସଚୀବ ଙ୍କୁ ସାକ୍ଷାତ କରିବା ନିଷ୍ପତି ହୋଇଛି।

ଗଂଜାମ ଜିଲା ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.