ଅପରପକ୍ଷରେ ତର୍ପଣ ଓ ବୈଶ୍ୱଦେବ ପୂଜା ଆରମ୍ଭ

0 40

ପ୍ରତ୍ୟେକ ହିନ୍ଦୁ ପରିବାର ରେ ମହାଳୟା ର ପିତୃପୁରୁଷଙ୍କୁ ଶ୍ରାଦ୍ଧ ପାଇଁ ଅପରପକ୍ଷ ଆରମ୍ଭ ହୋଇଯାଇଛି । ଆଶ୍ୱିନ କୃଷ୍ଣ ପ୍ରତିପଦା ବ୍ରାହ୍ମଣ ମାନେ ପଇତା ଲଗାଇ ମହାଳୟା ଶ୍ରାଦ୍ଧ ପାଇଁ ସ°କଳ୍ପ କରିଥାନ୍ତି । ତାପରେ ଦଶ ବିଶ୍ୱଦେବ ଙ୍କୁ ଆବାହନ କରି ତର୍ପଣ କରି ଜଳଦାନ କରିଥାନ୍ତି । ତାପରେ ପଇତା କଣ୍ଠମାଳ କରି ସପ୍ତରୃଷି ଙ୍କୁ ଆବାହନ କରିଜଳ ତର୍ପଣ କରିଥାନ୍ତି । ତାପରେ ପିତୃପୁରୁଷଙ୍କୁ ଆବାହନ କରି ଜଳ ତର୍ପଣ କରିଥାନ୍ତି । ଶେଷରେ ପଞ୍ଚଭୁସ୍କାର ରେ ଅଗ୍ନି ସ୍ଥାପନ କରି ଅନ୍ନ ଆଦି ଭୋଗ ଆକାରରେ ପ୍ରଦାନ କରିଥାନ୍ତି । ସର୍ବଶେଷରେ କାକ ବଳୀ ପ୍ରଦାନ କରିଥାନ୍ତି । ଏହି ଭଳି ମହାଳୟା ପର୍ଯ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି ।

ନୟାଗଡ଼ ଇପିଏ ରୁ ଆଚାର୍ଯ୍ୟ ବିଶ୍ୱରଞ୍ଜନ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.