ଅପାଠୁଆ ମତ୍ସ୍ୟଜୀବୀ ଗ୍ରାମୀଣ ମହିଳା ସଙ୍ଗଠିକା ସମୂଦ୍ରମ ର ପ୍ରତିଷ୍ଠାତା ବି.ଚିତ୍ତାମା ଏକ ଭିନ୍ନ ମଣିଷ

0 31

ବ୍ରହ୍ମପୁର : ଅପାଠୁଆ ମହିଳା ମତ୍ସ୍ୟଜୀବୀ ଛଅ ଗୋଟି ସାମୁଦ୍ରିକ ଉପକୂଳ ଜିଲ୍ଲାର ହଜାର ହଜାର ମହିଳା ଙ୍କୁ ନେଇ ଗଠିତ ସାମୁଦ୍ରିକ ମତ୍ସ୍ୟଜୀବୀ ମହିଳା ସଂଗଠନ ର ନେତ୍ରୀ ତଥା “ସମୂଦ୍ରମ” ର ପ୍ରତିଷ୍ଠାତା ସଭାପତି ବି. ଚିତ୍ତାମା ଏକ ଭିନ୍ନ ମଣିଷ ଏବେ ଆରପାରିରେ,,, । ସମୂଦ୍ରରୁ ଧାରାଯାଉଥିବା ମାଛ ମୁଣ୍ଡରେ ନେଇ ଗାଁ, ସହର ବଜାରକୁ ନେଇ ବୁଲି ବୁଲି ବିକ୍ରୀ କରୁଥିବା ଧୀବର ମହିଳା ନିଜର କଷ୍ଟ ଦୁଃଖକୁ କୁ ପ୍ରତିହାର କରି ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ନେଇ ” ସମୂଦ୍ରମ” ନାମରେ ସଂଗଠିତ କରିଥିବା ଏହି ମହିଳା ନିଜର ଦୁଃସାହସୀ ର ପରିଚୟ ସୃଷ୍ଟି କରିଥିଲେ । ଡଙ୍ଗା, ଜାଲ, ନିଜର ଶୀତଳିକରଣ ଗୃହ, ଗାଡି ଆଦିର ବ୍ୟବସ୍ଥା କରାଇ ସମୁଦାୟ ମତ୍ସ୍ୟଜୀବୀଙ୍କ ଓ ମତ୍ସ୍ୟଜୀବୀ ମହିଳା ଙ୍କ ସଶକ୍ତିକରଣ କରାଇ ଚିତ୍ତାମା ୟୁନାଇଟେଡ଼ ଷ୍ଟେଟ ଅଫ- ଆମେରିକା ର ଏକ ସ୍ବେଚ୍ଛାସେବୀ ସଂଗଠନ ୟୁ.ଏନ. ପକ୍ଷରୁ ପୁରସ୍କୃତ ଓ ଉଚ୍ଚପ୍ରସଂଶିତ ହୋଇଛନ୍ତି । ଏହି ମହିୟସୀ ମହିଳା ପରିଣତ ବୟସରେ ବି ସଂଗଠନ ଦାୟିତ୍ୱରେ ରହି ଆସିଥିବା ସାଂଗକୁ ଖୁବ ପରିଶ୍ରମୀ ମଧ୍ୟ ଥିଲେ । ସୂଚନାଯୋଗ୍ୟ ଯେ’ ବି.ଚିତ୍ତାମା ୬୫ ବର୍ଷ ବୟସରେ ଗତ ୧୦ ତାରିଖ ପ୍ରାତଃ ରେ ହୃଦଘାତରେ ମୃତ୍ୟବରଣ କରିଥିବା କୁହାଯାଇଛି । ତାଙ୍କର ସମସ୍ତ ବିବାହିତ ତିନୋଟି ପୁଅ, ତିନୋଟି ଝିଅ ଅଛନ୍ତି । ମର ଶରୀର ନିକଟରେ ସ୍ୱାମୀ ବି.ପଟୋଡୁ ଙ୍କ ସହ ହଜାର ହଜାର ମତ୍ସ୍ୟଜୀବୀ ଙ୍କ ଗହଣରେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ବନ୍ଦର ଉପକୂଳ ବର୍ତ୍ତୀ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମ ରେ ଶୋକାକୁଳ ପରିବେଶ ମଧ୍ୟରେ ମତ୍ସ୍ୟଜୀବି ଙ୍କ ଦେଶୀୟ ସମ୍ମାନରେ ତାଙ୍କର ଅନ୍ତେଷ୍ଟି-କ୍ରିୟା ସମାପନ ହୋଇଛି । ଚିତ୍ତାମା ଭଳି ବଳିଷ୍ଠ ମହିଳା ସଂଗ୍ରାମୀଙ୍କ ନେତ୍ତୃତ୍ୱ କୁ ଏହି ମତ୍ସ୍ୟଜୀବୀ ସମାଜ ହରାଇଛି, ଏହା ଯେ’ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳ ମତ୍ସ୍ୟଜୀବୀ ଙ୍କଠାରେ ଚିର ସ୍ମୃତି ହୋଇ ରହିଗଲା ।

ଛତ୍ରପୁର ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.