ଅବକାରୀ ବିଭାଗ କୁ ବଡ଼ ସଫଳତା ୧୭୫ ପେଟି ମଦ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ

0 9

ବରଗଡ ଜିଲ୍ଲା ପଦମପୁର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ରେ ଥିବା ପ୍ରଧାନ ଢାବା ରେ ଅବକାରୀ ବିଭାଗ ପକ୍ଷରୁ ଚଢଉ l ବହୁ ପରିମାଣରେ ମଦ ଗଚ୍ଛିତ ଥିବା ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ବରଗଡ଼ ଜିଲ୍ଲାପାଳ ମୋନିଶା ବାନାର୍ଜୀ ଓ ଅବକାରୀ ଅଧିକ୍ଷକ ପ୍ରଦିପ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ରେ ନିରୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଟିମ୍ ପଦମପୁର ସ୍ଥିତ ପ୍ରଧାନ ଢାବା ରେ ଅତର୍କିତ ଚଢ଼ଉ କରି ୧୫୫ ପେଟି ଵିଅର୍ ଓ ୨୦ ପେଟି ଫରେନ୍ ଲୀକର ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତିି ଅବକାରୀ ଅଧିକ୍ଷକ ପ୍ରଦିପ ପଟ୍ଟନାୟକ l ଏହି ଚଢଉ ରେ ବରଗଡ ଅବକାରୀ ନିରୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ, ରଶ୍ମିତା ଲାକ୍ରା, ପଦମପୁର ଓ. ଆଇ. ସି ହେମକାନ୍ତ ସୁନା ଙ୍କ ସହ ଅବକାରୀ କର୍ମଚାରୀ ଏହି ଚଢଉ ରେ ସାମିଲ୍ ଥିଲେ l

ବରଗଡ ଇପିଏ ରୁ ସୁବାଷ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.