ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୁକ୍ତକୁ ଗିରଫ କଲା ତରଭା ପୋଲିସ I

0 8

ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ତରଭା ପୋଲିସ ଆଜି ସକାଳୁ ପ୍ରାୟ 10.୪୫ ମିନିଟ ସମୟରେ ଘାଟକାଇଁତରା ଗ୍ରାମ ନିକଟସ୍ଥ ପୋଲ ପାଖରେ ଗୋଟିଏ ଆମ୍ବୁଲାନ୍ସ କୁ ଅଟକାଇଥିଲା I ଉକ୍ତ ଆମ୍ବୁଲାନ୍ସ କୁ ଯାଞ୍ଚ କରିବା ବେଳେ ତହିଁରୁ ଆଠଗୋଟି ବସ୍ତାରେ ଗଞ୍ଜେଇ ରହିଥିବା ପୋଲିସ ଜାଣିବାକୁ ପାଇଥିଲା I ତେବେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତିକୁ ପୋଲିସ ଗିରଫ କରିଛି I ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ନିକଟସ୍ଥ ବୌଦ୍ଧ ଜିଲ୍ଲା ମାନୁମୁଣ୍ଡା ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମର ହରିବୋଲ ପାଣ୍ଡେ ଜାହଙ୍କାର ବୟସ 35 ବର୍ଷ ହୋଇଥିବା ବେଳେ ଆଉଜଣେ ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ମାୟାଧର ସେଠି ଜାହଙ୍କାର ବୟସ 27 ବର୍ଷ ହେବ ବୋଲି ଜଣାପଡିଛି I ପୋଲିସ ଉକ୍ତ ଗଞ୍ଜେଇ ଏବଂ ଆମ୍ବୁଲାନ୍ସ ବଲେରୋ ଯାହାର ନମ୍ବର ହେଉଛି ଓଡ଼ି 03 ଇ 0579 କୁ ଜବତ କରିଛି I ଜବତ ଗଞ୍ଜେଇ ର ଓଜନ 208 କେଜି 480 ଗ୍ରାମ ବୋଲି ଜଣାପଡିଛି I ଆଜିର ଏହି ଚଢ଼ାଉ ବେଳେ ତରଭା ଥାନା ଏସଆଇ ଆରତୀ କହଁର,ଏଏସଆଇ ଅରକ୍ଷିତ ମାଝୀ,କନେଷ୍ଟେବଳ ସଲିନା ମଲ୍ଲିକ, ପ୍ରକାଶ ଧରୁଆ ପ୍ରମୁଖ ସାମିଲ ରହିଥିଲେ I ଏ ସଂକ୍ରାନ୍ତରେ ତରଭା ଥାନା କେସ ନମ୍ବର 215/21 ଏନଡିପିଏସ ଧାରାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ଜଜାତି କେଶରୀ ସାହୁ ସୂଚନା ପ୍ରଦାନ କରିଛନ୍ତି I

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.