ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକଙ୍କ ଶୋକସଭା

0 52

ଓଟିଭି ର ମୁଖ୍ୟ ରିପୋର୍ଟରେ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ବୈଦୁତିକ ଓ ଛାପା ଗଣମାଧ୍ୟମ ପ୍ରତିନିଧି ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ସଂଧ୍ୟା ୬ଘଣ୍ଟା ସମୟରେ ସାମ୍ବାଦିକ ମାନେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ମିନଟ ନିରବ ପ୍ରାର୍ଥନା କରିଥିଲେ । ଏଥିରେ ସାମ୍ବାଦିକ ବସନ୍ତ କୁମାର ପଣ୍ଡା,ସନ୍ତୋଷ କୁମାର ପଟନାୟକ,ଆଦର୍ଶ କୁମାର ଦାସ,ଗୋବିନ୍ଦ ଆଚାର୍ଯ୍ୟ,ଦେବାଶିଷ ପାଢୀ,ନାଗେଶ୍ୱର ମହାପାତ୍ର,ଲୋକନାଥ ପଣ୍ଡା,ଦିଲ୍ଲୀପ କୁମାର ଶତପଥି,ସୁଜିତ କୁମାର ବିଶୋୟୀ,ହରିହର ପଟନାୟକ,ସନ୍ତୋଷ କୁମାର ପାଟ୍ଟଯାଶୀ,ବିଜୟ କୁମାର ଗୌଡ,ଗିରିଧାରୀ ପରିଚ୍ଛା, ସରୋଜ ବୀର,ବାଦଲ ବର୍ଦ୍ଧନ,ସୀତାନାଥ ପଣ୍ଡା, ଜିତେନ୍ଦ୍ର ବାରିକ ଆଜି କଟକର ନାରାଜ ସ୍ଥିତ ମୁଣ୍ଡୁଳି ଠାରେ ମହାନଦୀରେ ଏକ ହାତୀ ପାଣି ମଧ୍ୟରେ ଫସି ରହିଥିଲା ।

ସୂଚନାଯୋଗ୍ୟଯେ ଅରିନ୍ଦମ ଓ ତାଙ୍କ କ୍ୟାମେରାମେନ ପ୍ରଭାତ ସିହ୍ନା ଓଡ୍ରାଫ୍ ଟିମର ବୋଟ୍‌ରେ ଯାଇ ଉକ୍ତ ଖବରର ସିଧା ପ୍ରାସରଣ କରୁଥିଲେ । ସେହି ସମୟରେ ହଠାତ୍ ମହାନଦୀର ପ୍ରଖର ସ୍ରୋତରେ ଫସିଯାଇ ବୋଟ୍ ଟି ଓଲଟି ପଡିଥିଲା । ସେଥିରେ ବସି ଖବର ସଂଗ୍ରହ କରୁଥିବା ଓଟିଭି ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମେନ ପ୍ରଭାତ ସିହ୍ନାଙ୍କ ସମେତ ୭ଜଣ ପାଣି ସ୍ରୋତରେ ଭାସିଯାଇଥିଲେ । ସେଥିରେ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଭାତ ଗୁରୁତର ଅବସ୍ଥାରେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସିତ ହେଉଛନ୍ତି ।

ଗଜପତି ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.