ଅରୁଣା ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଛତ୍ରପୁର ବିଧାୟକ ଙ୍କ ଦ୍ୱାରା ରାଶନସାମଗ୍ରୀ ବଣ୍ଟନ

0 4

ଗଞ୍ଜାମଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଅରୁଣା” ପକ୍ଷରୁ ଛତ୍ରପୁର ବ୍ଲକ ର୪୭ ଜଣ ପିତୃମାତୃ ହରା ଶିଶୁମାନଙ୍କୁ ରାଶନ ସାମଗ୍ରୀର ଏକ କୀଟ୍ ବଣ୍ଟନ କରାଯାଇଛି l ବିପୁଲିଙ୍ଗୀ ଗ୍ରାମର ବିରସିଂହୀ ପୀଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ରାଶନ ସାମଗ୍ରୀ ବଣ୍ଟନ କରିବା ସହ ପିଲାମାନଙ୍କୁ ପାଠପଢିବା ପାଇଁ ଆବଶ୍ୟକ ସରକାରୀ ଯୋଜନା ର ସହାୟତା ଯୋଗାଇବା ପାଇଁ ଉଦ୍ୟମ କରିବେ ବୋଲି ଉତ୍ସାହ ପ୍ରକାଶ କରି କହିଥିଲେ l ଅରୁଣା ଅନୁଷ୍ଠାନ ର ସମ୍ପାଦିକା ସୌଦାମିନୀ ରଥ ଜିଲ୍ଲାରେ ୧୪୨୦ ଶିଶୁଙ୍କୁ ଏହି ରାଶନ ସାମଗ୍ରୀ କିଟ ବଣ୍ଟନ କରାଯାଇଥିଲା । ଯୁବ ସମାଜସେବୀ ସୁରେଶ ଚନ୍ଦ୍ର ଦାଶଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଯୁବନେତା ବିମଳ କୁମାର ପଣ୍ଡା,ପୂର୍ବତନ ସାଂସଦ ପ୍ରତିନିଧି ବଟକୃଷ୍ଣ ପଣ୍ଡା, ପୂର୍ବତନ ଛତ୍ରପୁର ବ୍ଲକ ର ବିଜେଡ଼ି ସଭାପତି ପ୍ରଭାସି ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା,ରବୀନ୍ଦ୍ର ନାଥ ପଣ୍ଡା,ସରପଞ୍ଚ ଟି.ନରସିଂହ ରେଡି,ପୂର୍ବତନ ସରପଞ୍ଚ ଟି. ଗୌରିୟା ରେଡି,ଭିକାରୀ ଚରଣ ଦାଶ, ରାମ ଚନ୍ଦ୍ର ପରିଡା ଙ୍କସମେତ ପଂଚାୟତ ର ବହୁ ଜନସାଧାରଣ ଉପସ୍ଥିତ ଥିଲେ l ଅରୁଣା ଅନୁଷ୍ଠାନ ର ସମାଜ ସେବୀ ମାନେ କାର୍ଯ୍ୟକ୍ରମ ରେ ସକ୍ରୀୟ ପରିଚାଳନା କରିଥିଲେ l

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.