ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଉଦଯାପିତ

0 1

ଦୁଇଦିନିଆ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ନିଳାଦ୍ରୀ ବେଳାଭୂମିରେ ଉଦଯାପିତ । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ,ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଶ୍ରୀ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଛନ୍ତି । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତିଯୋଗିତା ଜାରି ରହିବ । ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିୟନସିପ୍ ଆୟୋଜନ କରାଯାଇଛି । ୧୨ ରୁ ୧୫, ୧୬ ରୁ ୧୮ ଏବଂ ୧୯ ବର୍ଷ ବୟସରୁ ଉର୍ଦ୍ଧ୍ବ ଉଭୟ ବାଳକ ଓ ବାଳିକା , ପୁରୁଷ ଏବଂ ମହିଳା ବିଭାଗରେ ୪୦ ଜଣଙ୍କୁ ଚମ୍ପିୟନ ଓ ରନର୍ସଅପ ଭାବେ ପୁରସ୍କୃତ କରାଯିବ । ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ରନର୍ସଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ସ୍ପୋର୍ଟ୍ସ କିଟ ପ୍ରଦାନ କରାଯିବ । ଏଥିରେ ସାରା ରାଜ୍ୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି । ମ୍ୟାଚ ପରିଚାଳନା ପାଇଁ ୩୦ ଜଣ ଅଫିସିଆଲ ଓ ୨୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।

ପୁରୀ ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.