ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ସରକାର ନ୍ୟାୟ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଯଶିପୁର ବି. ଡ଼ି. ଓ ଙ୍କୁ ଦାବୀ ପତ୍ର ପ୍ରଦାନ

0 7

ଯଶିପୁର – ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଯଶିପୁର ବ୍ଲକ ବି. ଡ଼ି. ଓ. ଙ୍କ ଜରିଆରେ ଅସଂଗଠିତ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ନ୍ୟାୟ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି | ଭାରତୀୟ ମଜଦୁର ସଂଘ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଭାରତୀୟ ମଜଦୁର ସଙ୍ଘ ଜିଲ୍ଲା ସଭାପତି ଶ୍ରୀ ନିଗମାନନ୍ଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ସପ୍ତାହେ ବ୍ୟାପି ପ୍ରତ୍ୟେକ ବ୍ଲକରେ ଚାଲିଛି | ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରୁ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଏସୋସିଏସନ ର ବ୍ଲକ ସଭାପତି ମନୋରମା ବେହେରା, ମନମୋହିନୀ ନାଏକ, ଅପସରି ମହାନ୍ତ, ସୁଜାତା ପଲେଇ, ହୀରାମଣି ମହାନ୍ତ, ମୋହଳତା ନାଏକ, ଫୁଲମଣୀ ସର୍ଦାର, ହେମଲତା ଗିରି ପ୍ରମୁଖ ନେତୃତ୍ୱ ନେଇଥିଲେ | ରାଜ୍ୟରେ କାର୍ଯ୍ୟରତ ସମସ୍ତ ଅସଂଗଠିତ କ୍ଷେତ୍ର ର କର୍ମକର୍ତ୍ତା ଙ୍କ ର ଉଚିତ ନ୍ୟାୟ ମିଳୁନଥିବାରୁ ବି. ଏମ. ଏସ. ଆନୁକୂଲ୍ୟ ରେ ଏ ଆନ୍ଦୋଳନ ସାରା ରାଜ୍ୟରେ ସପ୍ତାହ ବ୍ୟାପୀ ଚାଲିଛି | ଏ କ୍ଷେତ୍ର ରେ କାର୍ଯ୍ୟରତ ଅଙ୍ଗନବାଡି ୱାର୍କର ଓ ହେଲ୍ପର, ସମସ୍ତ ଆଶା କର୍ମୀ ମାନଙ୍କୁ ସରକାରୀ କରିବା ଓ ତାଙ୍କର ଦରମା ବୃଦ୍ଧି, ସମସ୍ତ ଶ୍ରମିକଙ୍କର ପରିଚୟ ପତ୍ର ସହ ସାମାଜିକ ବୋର୍ଡ କୁ ଯଥେଷ୍ଟ ସରକାରୀ ପାଣ୍ଠି ଯୋଗାଣ, ଚିକିତ୍ସା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ଆୟୁଷ୍ମାନ ଯୋଜନା ଅନୁସାରେ ସ୍ମାର୍ଟ କାର୍ଡ ଦେବା, ଶ୍ରମିକ ମାନଙ୍କୁ ପଞ୍ଜିକରଣ କରି ପରିଚୟ ପତ୍ର ଓ ରାସନ କାର୍ଡ ପ୍ରଦାନ, ଶ୍ରମ ବିଭାଗ ରେ ଖାଲି ପଡ଼ିଥିବା ପଦବୀ ପୂରଣ ସହିତ ନୂତନ ନିଯୁକ୍ତି ଦାବୀ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ବ୍ଳକ ବି. ଡ଼ି. ଓ. ଙ୍କ ଜରିଆରେ ଦିଆଯାଇଛି | ଜିଲ୍ଲା ସଭାପତି ଶ୍ରୀ ନିଗମାନନ୍ଦ ପଟ୍ଟନାୟକ କହନ୍ତି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମଚାରୀ, ଆଶା କର୍ମଚାରୀ, କୃଷି ଶ୍ରମିକ, ଠିକା କର୍ମଚାରୀ, ବିଡି ଶ୍ରମିକ, ନିର୍ମାଣ ଶ୍ରମିକ, ପାଚିକା, ମୋଟର ଚାଳକ ସଙ୍ଘ, ଉଠା ଦୋକାନୀ, ଘୋରାଇ ସେବିକା ପ୍ରମୁଖ ସମସ୍ତେ ଅସଂଗଠିତ କ୍ଷେତ୍ରର ଅଂଶବିଶେଷ | ପ୍ରବାସୀ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରାଇ ପରିଚୟ ପତ୍ର ପ୍ରଦାନ କରିବା ନିହାତି ଆବଶ୍ୟକ | ବିଜୁ ସମୁଖ୍ୟ ଙ୍କ ପକ୍ଷରୁ ଅଣ ଆନୁଷ୍ଠାନିକ ଭାବରେ ଅଙ୍ଗନବାଡି ୱାର୍କର ଓ ଆଶା କର୍ମଚାରୀ ମାନଙ୍କୁ ଖୋଲାଖୋଲି ଭାବେ 500 ଟଙ୍କା / 1000 ଟଙ୍କା ଲେଖାଏଁ ଦୁର୍ଗାପୂଜା ଭେଟି ବଣ୍ଟା ହେଉଛି, ଯାହାର କି ଶ୍ରୀ ପଟ୍ଟନାୟକ ତୀବ୍ର ବିରୋଧ କରିଛନ୍ତି | ସେ କହିଛନ୍ତି ସେମାନେ ଯଦି ସରକାରୀ ଭାବେ ଦେବାର ଥିଲା ତାହାଲେ ରାଜ୍ୟ ରାଜକୋଷ ରୁ ପ୍ରତିବର୍ଷ ପୂଜା ଭେଟି ହିସାବ ରେ ଦେଇପାରିଥାନ୍ତେ | ତାହାଲେ ନ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେଇ ଜୋର ଜବରଦସ୍ତ ମେମ୍ବରସିପ କରାଇବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି | ଏହା ବିଜୁ ସାମୁଖ୍ୟ ର ଘୃଣ୍ୟ ମାନସିକତା | ଏଥି ନିମନ୍ତେ ରାଜ୍ୟ ସରକାର ଏହା ବିପକ୍ଷ ରେ ଇଚିତ ପଦକ୍ଷେପ ନ ଗ୍ରହଣ କଲେ ଆଗାମୀ ଦିନ ରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି | ଏଠାରେ ପ୍ରକାଶ ଥାଉ କି ଆସନ୍ତା 3 ତାରିଖ ଦିନ ଆଶାକର୍ମୀ ଙ୍କର ବିଧାନସଭା ସମ୍ମୁଖରେ ରାଲି ଓ ଧାରଣା କାର୍ଯ୍ୟକ୍ରମ ଓ ଡିସେମ୍ବର 6 ତାରିଖ ରେ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଏସୋସିଏସନ ର ମଧ୍ୟ ବିଧାନସଭା ସମ୍ମୁଖରେ ରାଲି ଧାରଣା ନିମନ୍ତେ ରାଜ୍ୟ ର ସବୁ ବ୍ଲକ ର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେବେ |

ଯଶିପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.