ଅସହାୟକୁ ସହାୟତାର ହାତ ବଢାଇଲା ପ୍ରଶାସନ
ନାମ ଗୀତା ସେଠୀ , ସ୍ଵାମୀ ସତ୍ୟ ସେଠୀ , ଗ୍ରାମ ଜଗଦଳପୁର ,। ଗୀତା ସେଠୀ ପର ଘରେ କାମ କରି ପରିବାର ପ୍ରତିପୋଷଣ କରେ ସ୍ଵାମୀ ମଧ୍ୟ ଜଣେ ଦିନ ମଜୁରିଆ।ଗୋଟିଏ ଦିନ କାମକୁ ନଗଲେ ସେ ଦିନ ଚୁଲି ବନ୍ଦ।ଏହାପରେ ପୁଣି ଛୋଟ ସନ୍ତାନ ସେମାନଙ୍କୁ ଘୋଡ଼ିଏ ଗୋଣ୍ଡାଏ କି ମୁଠାଏ ଖାଇଵାକୁ ନଦେଲେ ନ ଚଳେ ।ଏଭଳି ସ୍ଥିତିରେ କେନ୍ସର୍ ପରି ଦୁରା ରୋଗରେ ଆକ୍ରାନ୍ତ ହୋଇ ବହୁ ଚିକିତ୍ସା କରି ରୁଣ ବାକି କରି ସର୍ବଶନ୍ତ । ନା ଅଛି ରାସନ କାର୍ଡ୍ ନା ଅଛି କୌଣସି ବୀମା ଯୋଜନାରେ ପରିବାରର ନାମ ଫଳରେ ଉନ୍ନତ ମାନର ଚିକିତ୍ସାରୁ ବଞ୍ଚିତ ହୋଇ ଭାଗ୍ୟ କୁ ଆଦରି ଯନ୍ତ୍ରଣାରେ ଛୋଟପୋଟ ହେଉଛି ଗୀତା। ଏହାକୁ ସାମ୍ବାଦିକ ତଥା ପସୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରି ଉତ୍ତମ ଚିକିତ୍ସା ଓ ଆର୍ଥିକ ସହାୟତାର ବ୍ୟବସ୍ଥା ପାଇଁ ନିବେଦନ କରିଥିଲେ। ଏହାକୁ ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତ୍ବ ଦିଆଯାଇ ତୁରନ୍ତ ସ୍ଥାନୀୟ ବିଡିଓ ଓ ଯୋଗାଣ ବିଭାଗ ପକ୍ଷରୁ ତାଙ୍କରି ପରିବାର ନାମରେ ରେସନ କାର୍ଡ ବ୍ୟବସ୍ଥା କରିବା ସହିତ ଉପଜିଲ୍ଲାପାଳ ଓ ଜିଲ୍ଳାପାଳ ଚିକିତ୍ସା ଓ ଆର୍ଥିକ ସହାୟତା ପ୍ରତିଶୃତି ପ୍ରଦାନ କରିଛନ୍ତି। ଆସନ୍ତା କାଲି କୁକୁଡ଼ାଖଣ୍ଡୀ ବ୍ଳକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର, ବିଜେଡି ବ୍ଳକ ସଭାପତି ସନ୍ତୋଷ କୁମାର ଚୌଧୁରୀ, ଏବିଡିଓ ବିଜୟ କୁମାର ପ୍ରଧାନ ଓ ଯୋଗାଣ ନିରକ୍ଷକ ପ୍ରଶାନ୍ତ କୁମାର ରାଓ ଉକ୍ତ ମହିଳାଙ୍କୁ ରେଶନ୍ କାର୍ଡ ପ୍ରଦାନ ସହ ଉନ୍ନତମାନର ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର କେନ୍ସର୍ ହସ୍ପିଟାଲ ନେବାର ବ୍ୟବସ୍ଥା କରିବେ। ପ୍ରଶାସନ ଓ ସାମ୍ଭାଦିକଙ୍କ ସାହାଯ୍ୟ ଫଳରେ ଗୋଟିଏ ଗରିବ ପାରିବାର ନୁତନ ଜୀବନ ପାଇବ ବୋଲି ଆଶା।
ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )