ଅସହାୟ କର୍କଟ ପୀଡିତଙ୍କ ପାଇଁ ସମାଜମଙ୍ଗଳ ହୁଣ୍ଡିର ବ୍ୟକ୍ତି ବିଶେଷଙ୍କ ଏକ ବନ୍ଧୁ ମିଳନ

0 9

ଅସହାୟ କର୍କଟ ପୀଡିତଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ଏକ ଆଲୋଚନା ଚକ୍ର ଉତ୍କଳ ସାମ୍ବାଦିକ ସଙ୍ଘ ଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜମଙ୍ଗଳ ହୁଣ୍ଡିର ପ୍ରତଷ୍ଠାତା ବାପୁ ଓଝାଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସମାଜମଙ୍ଗଳ ହୁଣ୍ଡି ସ୍ଥାପନା କରିଥିବା ବ୍ୟକ୍ତି ବିଶେଷ ଯୋଗଦେଇଥିଲେ । ହୁଣ୍ଡି ସଭ୍ୟତାର ଉତ୍ପତ୍ତି , ଗତି ଓ ସାମ୍ପ୍ରତିକ ସ୍ଥିତିକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା , ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ , ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର , ସମାଜସେବୀ ସସ୍ମିତା ଦାସ , ସମାଜସେବୀ ତଥା କବୟିତ୍ରୀ ଡ଼ଃ ବନ୍ଦନା ହରିଚନ୍ଦନ , ସମାଜସେବୀ ତଥା ସଙ୍ଗଠିକା ବିନ୍ଦାସ ଚିନୁ , ଅଧ୍ୟାପକ ଡ଼ଃ ଅସିତ ଦାସ , କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ , ସମାଜସେବୀ ମହାସଙ୍ଘ ର କାର୍ଯ୍ୟକାରୀ ସଭାପତି ବାପି ମହାନ୍ତି , ସମାଜସେବୀ ମେନକା ପରିଡା ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ ଜିଲ୍ଲାରେ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠା କରି କର୍କଟ ପିଡ଼ିତଙ୍କୁ ସେବା ଯୋଗାଉଥିବା ସମାଜସେବୀ ମାନଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଚ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସମାଜମଙ୍ଗଳ ହୁଣ୍ଡି ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଛକରେ ସ୍ଥାପନା ହେଲେ ରାଜ୍ୟର ବହୁ ଅସହାୟ ଗରିବ କର୍କଟ ରୋଗୀ କିଛି ସାହାଯ୍ୟ ପାଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଜିଲ୍ଲାର ହୁଣ୍ଡି ପ୍ରତିଷ୍ଠାତାଙ୍କ ମଧ୍ୟରେ ସମାଜସେବୀ ନାରାୟଣ ବିଶ୍ୱାଳ , ଚିତ୍ତରଂଜନ ଦାସ , ଶିବ ଶଙ୍କର ଡାକୁଆ , ସୁଶାନ୍ତ ନାୟକ , ଲିପିକା ରାୟ , ଚିତ୍ତରଂଜନ ଦାସ , ନାରାୟଣ ଖୁଣ୍ଟିଆ , ମଣ୍ଟୁ ପତ୍ରି , ବିଜୟ ମଲ୍ଲିକ , ବାସୁ ଦାସ , ସନାତନ ରଣା ପ୍ରମୁଖ , ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଧୀରେନ ରାଉତରାୟ , ରୋହିତ କୁମାର ନାୟକ , ଇଂ ସୌମ୍ୟରଂଜନ ରାଉତରାୟ , ଦୀପକ ବାରିକ , ରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ , ବନ୍ଧୁ ମିଳନ ରେ ଯୋଗ ଦେଇଥିଲେ ସମାଜସେବୀ ସୁବାସୀଷ ଶାଢଙ୍ଗୀ , ସ୍ନିଗ୍ଧା ମହାନ୍ତି , ବର୍ଷା ଦାସ , ରୂପଶ୍ରୀ ସାହୁ , ରୀନା ରାଣୀ , ପ୍ରତାପ ସାହୁ , ଶିବୁ ପଟ୍ଟନାୟକ , ରଞ୍ଜନ ବେହେରା , । ଏହି କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା କରିଥିଲେ ରାଜ୍ୟ ସମାଜମଙ୍ଗଳ ହୁଣ୍ଡିର ରାଜ୍ୟ ସଂଯୋଜକ ରକ୍ତଦାତା ତନ୍ମୟ ସାମନ୍ତରାୟ ।

ଭୁବନେଶ୍ୱର ଇପିଏ ରୁ ନନିରଞ୍ଜନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.