ଅସହାୟ ରୋଗୀଙ୍କ ଅବସ୍ଥା ବୁଝିବାପାଇଁ ଦାବୀ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

0 9

ଏମକେସିଜି ମେଡିକାଲରେ ଅସହାୟ ରୋଗୀଙ୍କୁ ସମସ୍ତ ଚିକିତ୍ସା ଓ ସେବା ଯୋଗାଇଦେବାପାଇଁ ସ୍ୱର ଉତ୍ତୋଳନ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଯେଉଁ ରୋଗୀମାନଙ୍କ କୌଣସି ଆତ୍ମୀୟ, ପରିବାର ପରିଜନବର୍ଗ ନାହାନ୍ତି ବା ତାଙ୍କୁ ଅଣଦେଖା କରି ରାସ୍ତାକୁ ଠେଲିଦିଆଯାଇଛି, ସେହିପରି ଅସହାୟ ରୋଗୀମାନଙ୍କ ଚିକିତ୍ସା ଓ ସେବା ସୁଶ୍ରୁଷା ପାଇଁ ସରକାର ଅନେକ ବ୍ୟବସ୍ଥା କରୁଥିବା ପ୍ରଚାର ହେଉଛି l କିନ୍ତୁ ଏମକେସିଜି ମେଡିକାଲ ଡ଼ାଇରିଆ ବିଭାଗରେ କୌଣସି ଚିକିତ୍ସା ବା ଯତ୍ନ ନକରି ଅତ୍ୟନ୍ତ ଅମାନବୀୟ ଅବସ୍ଥାରେ ରୋଗୀଙ୍କୁ ତଳେ ପକାଇଦିଆଯାଇଛି l ତାଙ୍କ ଅବସ୍ଥା ବୁଝିବାପାଇଁ ନିୟମିତଭାବେ ବ୍ୟବସ୍ଥା କରିବା ସହ ଡାକ୍ତର, ଆଟେଣ୍ଡାଣ୍ଟ ନିୟୋଜିତ କରିବା ନିହାତି ଆବଶ୍ୟକତା ରହିଛି ବୋଲି ମଞ୍ଚ କର୍ମକର୍ତ୍ତାମାନେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି l

ଅସହାୟ ରୋଗୀ ମାନଙ୍କ ଚିକିତ୍ସା ଓ ସେବା ସୁଶ୍ରୁଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ଵାସ୍ତ୍ୟ ସହାୟ ଯୋଜନା ରହିଥିଲେ ବି ଏମକେସିଜି ମେଡିକାଲ ରେ ଉକ୍ତ କୌଣସି ଯୋଜନା କାମ କରୁନାହିଁ l ସରକାରୀ ନିୟମ ଅନୁଯାୟୀ ଡାକ୍ତର ଓ ଆଟେଣ୍ଡଣ୍ଟ ନିୟୋଜିତ କରିବା କଥା, କିନ୍ତୁ ବାସ୍ତବ କ୍ଷେତ୍ରରେ ମେଡିକାଲ ଅଧିକ୍ଷକ ଡ଼ା. ମିଶ୍ରଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଯୋଜନା କାମ କରୁନାହିଁ କି ସ୍ୱାସ୍ଥ୍ୟ ଚିକିତ୍ସା ଅବହେଳାକୁ ରୋକିବା ଲାଗି ନବୀନ ସରକାରଙ୍କ 5ଟି ମଧ୍ୟ କାମ କରୁନାହିଁ l ଏଣୁ ଯୋଜନା ମାଳ ମାଳ କରିବା ବଦଳରେ କାର୍ଯ୍ୟକାରୀତା ଉପରେ ଗୁରୁତ୍ୱ ଦେବାପାଇଁ ମଞ୍ଚ ଦାବୀ କରିଛି l ଆଜିର ଏହି ଆଲୋଚନାରେ ଆବାହକ ଅବନୀ ଗୟା,ଯୁବନେତା ମନୋଜ କୁମାର ତରାଇ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର,ହୃଷିକେଶ ପାତ୍ର,ପ୍ରଶାନ୍ତ କୁମାର ପଣ୍ଡା,i ଗଗନ ଚନ୍ଦ୍ର ମଲ୍ଲିକ,ବଂଶୀଧର ଭୂୟାଁ, ଏସ. ଶାମ୍ବାଶିବ ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l*

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.