ଅସୁରକ୍ଷିତ ଭିତରକନିକା -ସମସ୍ୟା କୁ ନେଇ ଭିତରକନିକା ୟୁଥ ଭୟସର ପ୍ରତିବାଦ

0 6

ସମସ୍ୟା ନବୁଝିଲେ ଭୋଟ ବର୍ଜନ

କେନ୍ଦ୍ରାପଡ଼ା ଜିଲ୍ଲାର ଗୌରବ ବିଶ୍ୱ ସ୍ତରରେ ପ୍ରମାଣ କରିଥିବା ଭିତରକନିକା ଏବେ ଅସୁରକ୍ଷିତ ହୋଇପଡିଛି ! ଏକଥା ଆମେ କହୁନୁ ଭିତରକନିକା କୁ ଲାଗିଥିବା ଡାଙ୍ଗମାଳ ଓ ଖମାରସାହି ପଂଚାୟତ ବାସିନ୍ଦା ଅଭିଯୋଗ କରିଛନ୍ତି ! ଏହି ଦୁଇଟି ପଂଚାୟତର ଜଙ୍ଗଲ ତଟବର୍ତ୍ତୀ ଗାଁ ଦୁର୍ଗାପ୍ରସାଦ ରଗଡାପାଟିଆ ରାଜେନ୍ଦ୍ରନାରାୟଣପୁର ଖୋଳା ପରମାନନ୍ଦପୁର ଆଦି ଗ୍ରାମକୁ ସ୍ୱାଧୀନତାର ପୂର୍ବରୁ ଏଯାବତ ଯାତାୟତ ପାଇଁ ପକ୍କାରାସ୍ତା ନାହିଁ ଫଳରେ ଏହି 4ଟି ଗାଁର ପ୍ରାୟ ୧୦ ହଜାର ଲୋକ ବର୍ଷକ ୧୨ ମାସ ନାହିଁ ନଥିବାର ଅସୁବିଧାର ସମୁଖୀନ ହୋଇ ଥିବା ଘଟଣା ସାମ୍ନାକୁ ଆସିଛି ! ତେବେ ଏହି ରାସ୍ତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହାଁ ! ଏହି ଘଟଣାକୁ ବିରୋଧ କରି ଭିତରକନିକା ୟୁଥ ଭୟସ ର ଯୁବ ଗୋଷ୍ଠୀଙ୍କ ସହ ଗ୍ରାମର ମହିଳା ମାନେ ଜଙ୍ଗଲର କଚ୍ଚା ରାସ୍ତାରେ କାଦୁଅ ପଚର ପଚାରରେ ପ୍ରତିବାଦ ରାଲି କରି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ବିଧାୟକ ଧୂର୍ଵ ସାହୁ ଙ୍କୁ ଚେତାବନୀ ଦେଇଛନ୍ତି ! ରାସ୍ତା ନିର୍ମାଣ ନହେଲେ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ମହିଳା ମାନେ ଚରମ ବାଣୀ ଶୁଣାଇଛନ୍ତି ! ଅନ୍ୟପକ୍ଷରେ ରାସ୍ତା ନଥିବା ପାଇଁ ବିଦ୍ୟାଳୟକୁ କାଦୁଅ ଓ କଚ୍ଚା ରାସ୍ତାରେ ଯାତାୟତ କରୁଥିବା ଛାତ୍ର ଛାତ୍ରୀ ମାନେ ନାନାଦି ଅସୁବିଧାର ସମୁଖୀନ ହେଉଥିବା କହୁଥିବା ବେଳେ ରାସ୍ତା ନିର୍ମାଣ ପାଇଁ ସରକାରଙ୍କୁ ନଜର ଦେଉନଥିବା ଅଭିଯୋଗ ହେଉଛି। ୧୯୭୪ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ସହଯୋଗରେ ଡାଙ୍ଗମାଳରୁ ଖୋଳା କୁ ସଂଯୋଗ କରୁଥିବା ଜଙ୍ଗଲରାସ୍ତା ନିର୍ମାଣ ହୋଇ ଥିଲା! ତେବେ୨୦୦୨ ମସିହା ଠାରୁଏହି କଚ୍ଚା ରାସ୍ତାରେ ଯାତ୍ରୀ ବାହି ବସ ଯାତାୟତ କରୁଥିଲା ! ପରେ ପରେ ଏହି ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି ଫଳରେ ହିନସ୍ଥା ଭୋଗୁଛନ୍ତି ଏହି ତିନୋଟି ଗାଁର ସାଧାରଣ ଜନତା! ବାରମ୍ବାର ବିଧାୟକ ଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାଇଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ କରିଛନ୍ତି ଅଂଚଳ ବାସୀ ! ତେବେ ଏସମ୍ପର୍କରେ ବିଧାୟକ ଧୂର୍ଵ ସାହୁ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସରକାର ଏଥିପ୍ରତି‌ ଦୃଷ୍ଟି ଦେଇ ରାସ୍ତାର ଅବସ୍ଥା ସୁଧାରିବା ର ବ୍ୟବସ୍ଥା କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ମହିଳାମାନେ ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ା ରୁ ସୁକାନ୍ତ କୁମାର ବେହେରା ​ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.