ଅସ୍ତରଙ୍ଗ ଥାନା ଅଧିନ ପାଟସୁନ୍ଦରପୁର ଗାଁରେ ଅଭାବନୀୟ ଘଟଣା

0 9

ଛେଳି ଉପରେ ଗାଡି ମାଡି ଯିବାକୁ କେନ୍ଦ୍ର କରି ଛୁରାମାଡ।ଘଟଣା ସ୍ଥଳରେ ଛେଳି ଜଗୁଆଳି ର ମୃତ୍ୟୁ। ଘଟଣାରୁ ଜଣାପଡିଛି ଯେ ଅକ୍ଷୟ ଦାସ ନାମକ ଜଣେ ଛେଳି ଜଗୁଆଳି ରାସ୍ତା ରେ ଚରାଉଥିବା ସମୟରେ ସେହି ବାଟଦେଇ ରାଜୁ ଦାସ ନାମକ ବ୍ୟକ୍ତି ବାଇକି ରେ ଆସୁଥିବାବେଳେ ଗୋଟିଏ ଛେଳିକୁ ଧକ୍କା ଦେଇଥିଲା। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ରାଜୁ ଗ୍ରାମ କୁ ଯାଇ ତାର ଦୁଇ ସହଯୋଗୀ ଙ୍କୁ ଆଣି ପୁଣି ଅକ୍ଷୟ ଙ୍କର ସହିତ ବଚସା କରିଥିଲା। ବଚସା ଏତେ ମାତ୍ରାରେ ଉଗ୍ରରୂପ ନେଲାଯେ ବାଇକି ଚାଳକ ରାଜୁ ରାଗରେ ଛେଳିବାଲା ପେଟରେ ଚୁରାମାଡ କରିଥିଲେ।ଛେଳି ଜଗୁଆଳି ଘଟଣା ସ୍ଥଳରେମୃତ୍ୟୁ ଘଟିଥିଲା। ଖବର ପାଇଁ ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫୋରାର ହୋଇଯାଇଥିଲା।ତେବେ ଘଟଣା ସ୍ଥଳରୁ ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି ଅସ୍ତରଙ୍ଗ ପୋଲିସ। ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗି ରହିଥିବା ହେତୁ ପୋଲିସ ପକ୍ଷରୁ କଡା ନଜର ରଖାଯାଇଛି।

ପୁରୀ ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.