ଅହେତୁକ ରନ୍ଧନଗ୍ୟାସ ଦରଦାମ ବୃଦ୍ଧି ବିରୁଦ୍ଧରେ ବିଜୁ ଯୁବ ଛାତ୍ର ଏବଂ ମହିଳା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0 17

ଯାଜପୁର ପୌରପାଳିକା ର ପୂର୍ବତନ ପୌରାଧ୍ୟକ୍ଷ ତଥା ବରିଷ୍ଠ ଯୁବ ନେତା ଭବପ୍ରସାଦ ଦାସଙ୍କ ନେତୃତ୍ବରେ ଯୁବ, ଛାତ୍ର ଓ ମହିଳା ବିଜେଡି କର୍ମୀମାନେ ଯାଜପୁର କିଆନାଳୀଛକ ଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରନ୍ଧନ ଗ୍ୟାସ ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ସାଇକଲ, ଶଗଡ଼ ଗାଡ଼ି, ରିକ୍ସା ଓ ଗ୍ୟାସ ସିଲିଣ୍ଡର ଦ୍ୱାରା ପ୍ରତିବାଦ କରାଯାଇଛି ।ଏହି ବିକ୍ଷୋଭରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ସମାଲୋଚନା କରିଥିଲେ ।ପରେ ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।ଏହି ପ୍ରତିବାଦ ସଭାରେ ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ନାୟକ, ଯାଜପୁର ପୌରାଞ୍ଚଳ ଯୁବସଭାପତି ମନୋଜ ସାହୁ, ଯାଜପୁର ବ୍ଲକ୍‌ବିଜେଡି ସଭାପତି ପରେଶ ରାଉତ,ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

ଯାଜପୁର ଇପିଏ ରୁ ମୃତ୍ୟୁଞ୍ଜୟ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.