ଆଇନସେବା ପ୍ରାଧିକରଣ ତରଫରୁ ସେପ୍ଟେମ୍ବର ୧୯ ରେ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ

0 40

ଚଳିତ ମାସ ୧୯ ତାରିଖରେ ଗଜପତି ଜିଲ୍ଲାରେ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍ କୋର୍ଟ,ମୋହନା ଓ ଆର ଉଦୟଗିରି ଠାରେ କୋର୍ଟ ଠାରେ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌ÷ଜଦାରୀ(ସାଲିସ ଯୋଗ୍ୟ),ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ,ପାରିବାରିକ,ଜମି ଅଧିଗ୍ରହଣ.ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମାମଲା ଗୁଡିକର ଆପୋଷ ସହମତି ସମାଧାନ କରାଯାଇପାରିବ । ଏହା ବ୍ୟତୀତ ପ୍ରାକ୍‌- ମକଦ୍ଦମାର ମଧ୍ୟ ସମାଧାନ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ନିମନ୍ତେ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡେ ନାହିଁ । ରଷ୍ଟ୍ରୀୟ ଲୋକ ଅଦାଲତର ରାୟ ବୈଧ,ଚୁଡାନ୍ତ ଓ ଅମଳେଯାଗ୍ୟ ଅଟେ । ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମା ଗୁଡିକର ସହଜ ସମାଧାନ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ନିମନ୍ତେ ଏହି ସୁଯୋଗର ସଦୁପଯୋଗ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏ ବିଷୟରେ ସବିଶେଷ ବିବରଣୀ ଜାଣିବା ନିମ୍ନୋକ୍ତ ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ ।

ପାରଳାଖେମୁଣ୍ଡି- ୦୬୮୧୫-୨୨୨୨୬୩
ମୋହନା-୦୬୮୧୬-୨୫୮୦୫୦
ଆର ଉଦୟଗିରି-୦୬୮୧୬-୨୪୦୨୭୦

ଗଜପତି ଜିଲା ଇପିଏ ରୁ ଦିଲୀପ ଶତପଥିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.