ଆଉ ୩ ଷ୍ଟେସନରେ ରହିବ ତପସ୍ୱିନୀ ସ୍ପେସାଲ୍

ଭୁବନେଶ୍ବର : ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭାବେ ୩ ମାସ ପାଇଁ ରେଢ଼ାଖୋଲ, ବଇଣ୍ଡା ଓ ଗଡ଼ପୋଷଠାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ସ୍ପେସାଲ ପରୀକ୍ଷାମୂଳକ ଭାବେ ଅଟକିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପୁରୀ-ହାଟିଆ ତପସ୍ୱିନୀ ସ୍ପେସାଲ(୦୮୪୫୨) ଗଡ଼ପୋଷଠାରେ ଭୋର ୬ଟା ୧୬ରେ ପହଞ୍ଚି ୬ଟା ୧୭ରେ ହଟିଆ ଅଭିମୁଖେ ଯାତ୍ରା କରିବ। ସେହିପରି ହଟିଆ-ପୁରୀ ତପସ୍ବିନୀ ସ୍ପେସାଲ୍(୦୮୪୫୧) ଗଡ଼ପୋଷଠାରେ ରାତି ୮ଟା ୧୦ରେ ପହଞ୍ଚି ୮ଟା ୧୧ରେ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ଅକ୍ଟୋବର ପହିଲାରୁ ତିନି ମାସ ପାଇଁ ଏହା ଉଭୟ ପାର୍ଶ୍ବରୁ ପରୀକ୍ଷାମୂଳକ ଭିତ୍ତିରେ ବଇଣ୍ଡା ଓ ରେଢ଼ାଖୋଲରେ ମଧ୍ୟ ରହିବ। ବଇଣ୍ଡାରେ ରାତି ୧ଟା ୫୦ରେ ପହଞ୍ଚି ରାତି ୧ଟା ୫୨ରେ ଛାଡ଼ିବ। ସେହିପରି ରେଢ଼ାଖୋଲଠାରେ ରାତି ୨ଟା ୨୮ରେ ପହଞ୍ଚି ୨ଟା ୩୦ରେ ହଟିଆ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଏହା ରେଢ଼ାଖୋଲରେ ରାତି ୧୧ଟା ୩୦ରେ ପହଞ୍ଚି ୧୧ଟା ୩୨ରେ ଛାଡ଼ିବ। ବଇଣ୍ଡାଠାରେ ରାତି ୧୨ଟା ୧୨ରେ ପହଞ୍ଚି ୧୨ଟା ୧୪ରେ ପୁରୀ ଅଭିମୁଖେ ଯିବ।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )