ଆଜି ନୁଆଁଖାଇ, ପଶ୍ଚିମ ଓଡିଶା ର ଗଣପର୍ବ ରେ ଚଳଚଞ୍ଚଳ ସୁବର୍ଣ୍ଣପୁର ର ପୁରପଲ୍ଲୀ

0 4

ଆଜି ପାଳନ ହେବ ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ l ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲା ର ପୁରପଲ୍ଲୀ ହୋଇ ଉଠିଛି ଚଲଚଞ୍ଚଳ l ନୁଆଁଖାଇ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି l ଜିଲ୍ଲା ର ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଗୁଡିକରେ ଲୋକେ ଘର ସଫାସୁତୁରା ତଥା ଲିପାପୋଛା କରିସାରିଛନ୍ତି l ଏପରିକି କର୍ମସଂସ୍ଥାନ ପାଇଁ ବାହାରେ ରହୁଥିବା ଲୋକ ନିଜ ନିଜ ଘରକୁ ଆସି ସାରିଛନ୍ତି l ଗତକାଲି ଜିଲ୍ଲା ର ବିଭିନ୍ନ ଦୋକାନ ରେ ଗ୍ରାହକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଚଳିତ ବର୍ଷ ମରୁଡି ପରିସ୍ଥିତି ଯୋଗୁଁ ନୁଆଁଖାଇ କୁ ନେଇ ଚାଷୀ ଙ୍କ ମନରେ ସେତେଟା ଉତ୍ସାହ ନାହିଁ l ହେଲେ ନୁଆଁଖାଇ ର ଏକ ସ୍ୱତନ୍ତ୍ରତା ରହିଥିବାରୁ ବିଧିରକ୍ଷା ପାଇଁ ଲୋକେ ଲାଗିପଡିଛନ୍ତି l ନୁଆଁଖାଇ ସାରିଲା ପରେ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ନୁଆଁଖାଇ ଭେଟ ଘାଟ ଅନୁଷ୍ଠିତ ହେବ l ସତର୍କତା ସହିତ ନୁଆଁଖାଇ ପର୍ବ ପାଳନ କରିବାକୁ SRC ଙ୍କ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରିକରାଯାଇଛି l କରୋନା କଟକଣା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି l ବଜାର ମାନଙ୍କରେ ପ୍ରବଳ ଗହଳି ରହିଥିବା ବେଳେ ଲୋକଙ୍କ ମୁହଁ ରେ ତୁଣ୍ଡି ( ମାସ୍କ ) ଦେଖି ବାକୁ ମିଳିନଥିଲା l ସାମାଜିକ ଦୂରତାକୁ ଲୋକେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ l ସ୍ଥାନୀୟ ପ୍ରଶାସନ ଏସବୁ ଦେଖି ମଧ୍ୟ ଚୁପ ରହିଥିଲା l

ସୁବର୍ଣ୍ଣପୁର ଜିଲ୍ଲା ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.