ଆଞ୍ଚଳିକ ମହିଳା ମହା ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଠାରୁ ଅଧିକ ଫି ଆଦାୟ ଅଭିଯୋଗ

0 16

ସ୍ଥାନୀୟ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଠାରୁ ନିର୍ଦ୍ଧାରିତ ଫି ଠାରୁ ଅଧିକ ଫି ଆଦାୟ କରାଯାଉଥିବା ଏବଂ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠଖନ ହେଉଥିବା ଅଭିଯୋଗ ହୋଇଛି। ମିଳିଥିବା ଅଭିଯୋଗ ଅନୁସାରେ ମହାମାରୀ କରୋନା ଯୋଗୁଁ ଲୋକମାନେ ଜୀବିକା ହରାଇଥିବା ର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ରେ ନାମ ଲେଖାଇବା ବେଳେ ସେମାନଙ୍କ ଠାରୁ ଅଧିକ ଫି ଆଦାୟ ନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଫଳ ର ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ସମେତ ବର୍ତ୍ତିନି ମହାବିଦ୍ୟାଳୟ ରେ +୨ ଶ୍ରେଣୀ ରେ ନାମ ଲେଖାଇବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ୫୫୦୦ ଟଙ୍କା ନିଆଯାଇଛି। କିନ୍ତୁ ସ୍ଥାନୀୟ ଆଞ୍ଚଳିକ ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ମାନେ ନାମ ଲେଖାଇବା ସମୟରେ ସେମାନଙ୍କ ଠାରୁ ୭୧୦୦ ଟଙ୍କା ଲେଖାଏଁ ଆଦାୟ କରାଯାଇଛି। ଏ ସମ୍ପର୍କରେ କେତେଜଣ ଅଭିଭାବକ ଗତ ମାସ ୨୯ ତାରିଖ ଦିନ ଗଣ ଶିକ୍ଷା ମନ୍ତ୍ରୀ , ଶଚିବ , ନିର୍ଦ୍ଦେଶକ , ଗଞ୍ଜାମ ଜିଲ୍ଲାପାଳ , ଉପଜିଲ୍ଲାପାଳ ଏବଂ ପୋଲସରା ବିଧାୟକ ଙ୍କୁ ଲିଖିତ ଭାବରେ ଜଣାଇଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବା ରୁ ଅଭିଯୋଗ କାରି ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.