ଆଦର୍ଶ ଶାନ୍ତିକମିଟି ପକ୍ଷରୁ ଆୟୋଜିତ ହେଲା ଚିକିତ୍ସା ଶିବିର

0 10

ବ୍ରହ୍ମପୁର- ଆଦର୍ଶ ଶାନ୍ତି କମିଟି ପକ୍ଷରୁ ହଳଦିଆପଦର ରାଳବ ରାସ୍ତାରେ ଏକ ନିଶୁଳ୍କ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ତିରୁପତି ନଗର ପ୍ରଥମ ଲାଇନ୍ ନିକଟରେ ଆୟୋଜିତ ଶିବିରକୁ କମିଟିର ସଭାପତି ରାଧାକ୍ରିଷ୍ଣ ନାୟକ ଙ୍କ ସଂଯୋଜନାରେ କରିଥିବା ବେଳେ କ୍ୟାନସର ବିଭାଗର ଚିକିତ୍ସକ ଡଃ ସରୋଜ କୁମାର ଦାଶ , ଦନ୍ତ ବିଭାଗର ଚିକିତ୍ସକ ଡଃ ମହେଶ ମହାପାତ୍ରଙ୍କ ସମେତ ଶଙ୍କର ନେତ୍ରାଳୟର ଡାକ୍ତରୀ ଏବଂ ମେଡିକାଲ ଟିମ୍ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ରହୁଥିବା ବ୍ୟକ୍ତିବିଶେଷଙ୍କର ସ୍ୱାସ୍ଥ ପରୀକ୍ଷା କରାଯିବା ସହିତ ସ୍ୱାସ୍ଥର ଯତ୍ନ ନେବା ପାଇଁ ଅନେକଙ୍କୁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ ।ଏହି ଅବସରରେ ମଧୁମେହ ରୋଗର ପରୀକ୍ଷା ଏବଂ ତାହାର ଚିକିତ୍ସା କରାଯାଇଥିଲା । ରୋଟାରୀ କ୍ଲବ ଏବଂ ଷ୍ଟେପ୍ ଫାଉଣ୍ଡେସନ୍ ସହାୟତାରେ ଆଯୋଜିତ ଚିକିତ୍ସା ଶିବିରରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଦଣ୍ଡପାଣି ପାଣିଗ୍ରାହୀ, ସଂପାଦକ ପି.କେ.ପାଢୀ , ଯୁଗ୍ମ ସମ୍ପାଦକ ଦାମୋଦର ପାଢୀ ଓ କୋଷାଧ୍ୟକ୍ଷ ଭି.ମୁରଲି କ୍ରିଷ୍ଣା ,ଉପଦେଷ୍ଠା ଏ.ରାମାରାଓ ,ବାଳକୃଷ୍ଣ ସାହୁ ,ରାଧାକାନ୍ତ ଶତପଥି , ଅରୁଣ କୁମାର ସାହୁ , ସୁନିଲ ପାଣିଗ୍ରାହୀ , ଅଚ୍ୟୁତାନନ୍ଦ ପାଣିଗ୍ରାହୀ ସୁବାସ ସାହୁ , ଆନନ୍ଦ ରାଓ ,କେ.କେ.ଶର୍ମା ପ୍ରମୁଖ ଶିବିର ପରିଚାଳନ୍ନା ରେ ସହଯୋଗ କରିଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.