ଆଦିବାସୀ କୁଡୁମି ପାଳିଲେ କରମ ପରବ

0 55

ବଡ଼ବିଲ ଯୋଡ଼ା ଦେଖିବାକୁ ମିଳିଛି ଭାଦ୍ରବ ମାସ ଏକାଦଶୀ ଅବସର ରେ ଆଦିବାସୀ କୁଡୁମି ସମ୍ପ୍ରଦାୟ ପାଳିଥାଏ କୃଷି ଭିତ୍ତିକ କରମ ପରବ।ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପାରମ୍ପରିକ ଢଙ୍ଗରେ ଆଦିବାସୀ କୁଡୁମି ସମେତ ଅନ୍ୟ ଆଦିବାସି ମାନେ ପାଳନ କରିଥିଲେ କରମ ପରବ।ଆଦିବାସୀ କୁଡୁମି ସମେତ ହୋ,ମୁଣ୍ଡା,ଓରାମ ଇତ୍ୟାଦି ଆଦିବାସୀ ମାନେ ପାଳନ କରିଥିଲେ କରମ ପରବ।କରମ ପରବ ର ତିନି ଦିନ,ସାତ ଦିନ ଓ ନଅ ଦିନ ପୂର୍ବରୁ ଜାୱା ଉଠାଯାଇ ଥାଏ।ଗ୍ରାମ ର କୁଆଁରୀ କନ୍ୟା ମାନେ ଜଳାଶୟ ଯଥା-ପୁଷ୍କରିଣୀ,ନଦୀ ଓ ଝରଣା ରୁ ବାଲି ସଂଗ୍ରହ କରି ମକା,ବିରି,କୋଳଥ,ମୁଗ ଆଦି ଶସ୍ୟ ଦେଇ ଜାୱl ପ୍ରସ୍ତୁତ କରିଥାନ୍ତି।ପ୍ରତିଦିନ ସନ୍ଧ୍ୟାରେ ମାନ୍ଦଳ ଓ ଧମଶା ର ତାଳେ ତାଳେ କୁଡ଼ମାଲି ଭାଷାର ପ୍ରକୃତି ରକ୍ଷା,ସାମାଜିକ ଚଳଣୀ,ଭାଇ-ଭଉଣୀ,ସ୍ୱାମୀ-ସ୍ତ୍ରୀ ଆଦି ର କୃଷି ଭିତ୍ତିକ,ପରିବେଶ ରକ୍ଷାକାରୀ କୁଡ଼ମାଲି ଲୋକଗୀତ ଗାନ କରି ଜାୱା ବେହ୍ଲା କାର୍ଯ୍ୟକ୍ରମ କରିଥାନ୍ତି। କରମ ଦିନ ଗାଁ ର ମାହାତ ବା ମୁଖିଆ ତଥା ଲାୟା କରମ ଡାଳ ଆଣି ଆଖଡ଼ା ରେ କରମ ରାଜା କୁ ଅବସ୍ଥାନ କରିଥାନ୍ତି।

କରମତତୀ ମାନେ ଦିନ ସାରା ଉପବାସ କରି ଭାଇ ର ସୁଖ ମନାସୀ ଥାନ୍ତି କରମ ରାଜା ଙ୍କ ନିକଟରେ।ରାତ୍ରୀ ସାରା କୁଡ଼ମାଲି ଲୋକଗୀତ ଗାଇ ମାଦଳ ଓ ଧମଶା ର ତାଳେ ତାଳେ ଉଭୟ ପୁରୁଷ ଓ ମହିଳା ନାଚଗୀତ କରିଥାନ୍ତି।ଏହି ସମୟ ରେ ପ୍ରକୃତି ରାଣୀ ହର୍ଷ ଓ ଉଲ୍ଲାସ ର ସହିତ ନାଚିଥାଏ।ସକାଳେ ଗ୍ରାମର ଲୋକମାନେ କରମ ରାଜା ଙ୍କର ଆଶିଷ ଭିକ୍ଷା କରି ବିସର୍ଜନ କରାଯାଇଥାଏ।ଯାହାର ମନସ୍କାମନା ପୂରଣ ହୁଏ ସେ କରମ ଶାଳ ରେ ଛେଳି ବୁଦା ପ୍ରଦାନ କରିଥାଏ।କରମ ରାଜା ଙ୍କର ବିସର୍ଜନ ପରେ ଉପବାସ ଥିବା କରମତୀ ମାନେ ପାରନା କରିଥାନ୍ତି। କେହି କେହି ଭାଇର ଦୀର୍ଘାୟୁ କାମନା କରି ଜାୱା ଡାଲି ରେ ଥିବା ଜାୱା ଗଛକୁ ଏକ ସୂତା ମାଧ୍ୟମ ରେ ଭାଇ ର ହାତ ରେ ବାନ୍ଧିଥାନ୍ତି।କୃଷି କାର୍ଯ୍ୟ ର ଅୟମାରମ୍ଭ କାଳ ରୁ ଏହି ପରବ ଓ ପରମ୍ପରା ପାଳିତ ହୋଇଆସୁଥିବା ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି।ଯେତେବେଳେ ମଣିଷ କୃଷି କାର୍ଯ୍ୟ ର ଆରମ୍ଭ କଲା ବୀଜ ଅଙ୍କୁରଦଗମ ର ପରୀକ୍ଷା ନିରୀକ୍ଷା ଏହି ପଦ୍ଧତି ରେ କରୁଥିବା ର ଅନୁମାନ କରାଯାଏ।ସନ୍ଧ୍ୟାରେ କରମ ଡାଳ ଗଡା ଯାଇଥିବା ସ୍ଥାନ କୁ ଭତ୍ତା ଯାଇଥାଏ।ଏହାକୁ ଆଖଡ଼ା ଭତା କୁହାଯାଏ।ନାଚଗୀତ ର ତାଳେ ତାଳେ ଆଖଡ଼ା ଭତା କରାଯାଇଥାଏ।ଏପରି ଭାବେ ହର୍ଷଉଲ୍ଲାସ ର ସହିତ କରମ ପରବ ପାଳିତ ହୋଇଥାଏ।

ବଡ଼ବିଲ ଇପିଏ ରୁ ସିତାରାମ ଦିକ୍ଷୀତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.