ଆନ୍ଦୋଳନକାରୀ ଡିସିପି ଧର୍ମେନ୍ଦ୍ର ମୀଣାଙ୍କ ପାଦ ଉପରେ ଗାଡ଼ି ଚଢ଼ାଇଦେଲେ

0 4

ବେଙ୍ଗୁଲୁର : ତିନିଟି କୃଷି ଆଇନକୁ ନେଇ ଆଜି ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ବନ୍ଦର ପ୍ରଭାବ ବେଙ୍ଗାଲୁରୁରେ ମଧ୍ୟ ନଜର ଆସିଛି । ଏହି ସମୟରେ ଗାଡ଼ି ମଟର ଆଂଶିକ ଯିବା ଆସିବା କରୁଥିଲା । ଏହା ସହିତ ଦୋକାନ ବଜାର କାଁ ଭାଁ ଖୋଲା ରହିଥିଲା । ତେଣୁ ପୋଲିସ୍ ମାନେ ମଧ୍ୟ ଏହି ସମୟରେ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁ ସମ୍ବେଦନଶୀଳ ସ୍ଥାନ ଉପରେ ପୋଲିସ୍ ନଜର ରଖିଥିଲା । ତେବେ ଏହାରି ମଧ୍ୟରେ ପ୍ରଦର୍ଶନକାରୀ ମାନେ ଡିସିପି ଧର୍ମେନ୍ଦ୍ର ମୀଣାଙ୍କ ପାଦ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି ।
ବଙ୍ଗାଲୁରୁ ଡିସିପି ଧର୍ମେନ୍ଦ୍ର ମୀଣା ସୋମବାର ଦିନ ପ୍ରୋଟେଷ୍ଟ ସମୟରେ ଡ୍ୟୁଟି କରୁଥିଲେ । ଏହି ସମୟରେ ଏକ ବଡ଼ ଦୁର୍ଘଟଣାରୁ ସେ ବର୍ତ୍ତି ଯାଇଛନ୍ତି । ଆନ୍ଦୋନଳ କୁ ନିୟନ୍ତ୍ରଣ କରିବା ନେଇ ପ୍ରସ୍ତୁତି କରିବା ଭିତରେ ଗୋଟିଏ ଗାଡ଼ି ତାଙ୍କ ପାଦ ଉପରେ ଚଢ଼ି ଯାଇଥିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ପୋଲିସ୍ ମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତାଙ୍କୁ ଠିକ୍ ସମୟରେ ବଞ୍ଚାଇ ଦେଇଥିଲେ । ତେବେ ତାଙ୍କର କୌଣସି ବଡ଼ ଧରଣର ଦୁର୍ଘଟଣା ହୋଇନି । ଏବେ ସେ ସୁସ୍ଥ ଅଛନ୍ତି । ତେବେ ଗାଡ଼ି ଚଲାଉଥିବା ବ୍ୟକ୍ତିକୁ ପୋଲିସ୍ କାବୁ କରିଛି ।

ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.