ଆନ୍ଧ୍ର ପ୍ରଦେଶ ରୁ ଦାଦନ ଶ୍ରମିକଙ୍କ ମୃତ ଦେହ ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର l

0 3

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଟିକୁନୁ ସେଠୀ ଦୀର୍ଘ ତିନି ମାସ ତଳେ ଆନ୍ଧ୍ରପ୍ରଦେଶ କୁ କାମ ପାଇଁ ଯାଇଥିଲା l ସେଠାରେ ପଶ୍ଚିମ ଗୋଦାବରୀ ଜିଲ୍ଲା ର ବିଭାବରମ ରେ ଦାଦର ଏକ୍ସପୋର୍ଟ ନାମକ ଏକ କମ୍ପାନୀ ରେ କାମ କରୁଥିଲା l ଗତ ତା.୩୦.୦୯.୨୧ ରେ ସକାଳେ କମ୍ପାନୀର ହଷ୍ଟେଲ ରେ ତାର ମୃତ ଦେହ ଠାବ କରାଯାଇଥିଲା l ତାଙ୍କର ନିକଟ ତମ ସହଯୋଗୀ ମାନଙ୍କ ଠାରୁ ଖବର ପାଇ କମ୍ପାନୀ କର୍ତ୍ତୃ ପକ୍ଷ ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ ଶବ ବ୍ୟବଚ୍ଛେଦ ପାଇଁ l କମ୍ପାନୀ କର୍ତ୍ତୃ ପକ୍ଷ ତାଙ୍କର ମୃତ୍ୟୁ ହୃଦଘାତ ରେ ହୋଇଛି ବୋଲି ସୂଚନା ଦେଇଛନ୍ତି l ତା ପରେ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ l

ତାଙ୍କ ଭାଇ ସେଠାକୁ ଯିବା ପାଇଁ ଅସମର୍ଥ ଥିଲେ l ଏଣୁ ଜିଲ୍ଲା ପ୍ରଶାସନ ର ସହଯୋଗ ନେଇଥିଲେ l ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ଙ୍କୁ ଉକ୍ତ କେ୍ସ ର ତଦାରଖ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା l ପରେ ଶ୍ରମ ଅଧିକାରୀ କମ୍ପାନୀ ର କର୍ତ୍ତୃପକ୍ଷ ଙ୍କ ସହ ଯୋଗାଯୋଗ କରି ତାଙ୍କ ବଡ ଭାଇ ଙ୍କ ସମେତ ଗ୍ରାମର ଅନ୍ୟ 5 ଜଣ ଲୋକଙ୍କୁ ସେଠାକୁ ପଠାଇ ଭାଇର ଶବ ବ୍ୟବଚ୍ଛେଦ କରିବା ସାହିତ ତାର ଶବ କୁ ଆମ୍ବୁଲାନସ ଯୋଗେ ନିଜ ଗ୍ରାମ ରାମଗଡ଼ କୁ ଆଣିଥିଲେ l ମୃତ ଦାଦନ ଶ୍ରମିକ ର ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ କମ୍ପାନୀ କର୍ତ୍ତୃପକ୍ଷ ପଚାଶ ( ୫୦,୦୦୦/-) ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ l ଅବଶିଷ୍ଟ ଆର୍ଥିକ ରାଶି ପରେ ପ୍ରଦାନ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ l ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ମନ୍ତ୍ରୀ ସହାୟତା ପାଣ୍ଠିରୁ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ l ଏହି ଦାଦନ ମୃତ ଶ୍ରମିକ ଙ୍କୁ ଉଦ୍ଧାର କରିବାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.