ଆନ୍ଧ୍ର ସଂସ୍କୃତିରେ ବମଲୁ-ଗୋଲୁ ପୂଜା ସଜ୍ଜା ଦଶହରା ପର୍ବର ଏକ ନିଆରା ପରମ୍ପରା

0 47

ବ୍ରହ୍ମପୁର : ପଡୋଶୀ ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର,ବ୍ରହ୍ମପୁର, ଛତ୍ରପୁର ର କେତେକ ତେଲୁଗୁ ସମ୍ପ୍ରଦାୟର କମା, ବ୍ରାହ୍ମୀଣ ,ଧନୀଶ୍ରେଣୀ ଏବଂ ସୃଜନଶୀଳ କୁଟୁମ୍ବ ଙ୍କ ଘରେ ଘରେ ଦଶହରା ଭିତ୍ତି ଅବସରରେ ଏବେବି ଏହି ନିଆରା ଧର୍ମୀର ” ବମଲୁ-ଗୋଲୁ ” ପୂଜା ଆସର ସୁନ୍ଦର ଚିତାକର୍ଷକ ଭାବେ ସାଜସଜ୍ଜା କରି ଆୟୋଜିତ କରାଯାଇଥାଏ । କିନ୍ତୁ ଏହି ପାରମ୍ପରୀକ ପ୍ରଥା ଏବେ ବିଲୀନ ହୋଇଆସିଛି । ଭାରତ ର ହିନ୍ଦୁମନ୍ଦିରରେ ପୂଜାପାଉଥିବା ବିଭିନ୍ନ ଆକୃତିର ଠାକୁରଙ୍କର ମଡେଲ ଯାହା ଭିନ୍ନ ସ୍ୱାଦର ବିଭିନ୍ନ ବର୍ଗର ଛୋଟ ଛୋଟ କଣ୍ଢେଇ ଖେଳଣା ଜାତୀୟ ମୂର୍ତ୍ତିକୁ ସଜାଇ ପ୍ରଦର୍ଶିତ କରାଯାଇଥାଏ । ଶ୍ରୀକୃଷ୍ଣ, ଶିବ, ଗଣେଶ, ରାମ,ଲକ୍ଷ୍ମଣ, ସୀତା, କୁରୁକ୍ଷେତ୍ର, ଗ୍ରାମ୍ୟମିଳନ, ଗ୍ରାମସଭା, ଗ୍ରାମ୍ୟ ସୁନ୍ଦର ପରିବେଶ, ପ୍ରାକୃତିକ ସୌନ୍ଦର୍ଯ୍ୟ ର ମଡେଲ ସହ ବିଭିନ୍ନ ଦେବା ଦେବୀଙ୍କୁ ସଜାଇ ପୂଜା କରାଯାଇଥାଏ । ଏହା କୁନି କୁନି ଶିଶୁମାନଙ୍କ ପାଇଁ ମନଲୋଭାଣିଆ କରିଥାଏ । ଶିଶୁମାନଙ୍କୁ ମାନଚିତ୍ର ଭାବେ ଅବା ଏକ ମଡେଲ ସଦୃଶ ଧର୍ମ ଭାବନା ଓ ଚଳଣି ର ଶିକ୍ଷଣୀୟ ଦେଇଥାଏ । ଏହି ପୂଜା ପୂର୍ବେ ବହୁଳ ଭାବେ ତେଲୁଗୁ ଧନୀ ସମ୍ବ୍ରାନ୍ତଶ୍ରେଣୀଙ୍କ ଘରେ ଘରେ ଆୟୋଜିତ ହୋଇଆସୁଥିଲା । ଏହି ପୂଜା-ପ୍ରଥା ଏବେବି ଆନ୍ଧ୍ରପ୍ରଦେଶରେ ଘରେଘରେ ଦଶହରା କାଳୀଣ ସମୟରେ ଏକ ଶ୍ରଦ୍ଧା,ମଉଜ ର ଆସର ଭାବେ ପ୍ରତିଯୋଗିତା ମୂଳକଭାବେ ପାଳିତ ହୋଇଥାଏ । ଏହି ରୀତିପ୍ରଥାର ପ୍ରଚଳନ ଏହି ଡିଜିଟାଲ ଯୁଗରେ ପ୍ରାୟତଃ ବିଲୁପ୍ତ ହେବାକୁ ବସିଛି । ଓଡ଼ିଶାର ଆନ୍ଧ୍ର ପ୍ରଭାବୀ ଅଞ୍ଚଳରେ କେତେକ ସହରରେ ବି ଏହାର ନିଆରା ପାଳନ ଏବେ ଖୁବ କମ ଦେଖିବାକୁ ମିଳେ । ବ୍ୟସ୍ତବହୁଳ ଦୁନିଆରେ ଏହି ଆସର ଆୟୋଜନ କରିବା ପ୍ରତିବଦଳରେ ଆଜିର ସମାଜ ପାଶ୍ଚାତ୍ୟ ଆଡକୁ ମୁହାଁଇଛନ୍ତି । ବ୍ରହ୍ମପୁର ମହାନଗରୀ ପୁରୁଣା ବଜାର ବସତିର ତେଲୁଗୁ ବୈଶ୍ୟ,କମା,ସୁନାରୀ ସମ୍ପ୍ରଦାୟ ତଥା ଧନୀ ସୃଜନଶୀଳ ପରିବାରରେ ଏହି ପ୍ରଥା ଏବେବି କମ ପରିମାଣରେ ଦେଖିବାକୁ ମିଳେ । ଗଞ୍ଜାମ ସହର ମେଇନ ରୋଡ଼ ରେ ଅବସ୍ଥାନ କରିଥିବା ଜଣେ ପ୍ରତିଷ୍ଠିତ କଲ୍ୟାଣି ଷ୍ଟୁଡିଓ ର ମାଲିକ ପି.କ୍ରିଷ୍ଣା ନାଇଡୁ ନିଜଘରେ ଏଭିଳି “ବମଲୁ-ଗୋଲୁ” ପୂଜା ସଜ୍ଜାଇ ଏହି ଦଶହରାପର୍ବ ଉପଲକ୍ଷେ ତେଲୁଗୁ ପାରମ୍ପରୀକ ରୀତିନୀତି ର ମହତ୍ତ୍ୱ ବଜାଇ ରଖିଆସିଛନ୍ତି । ଏ କ୍ଷେତ୍ରରେ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶଶୀକଳା ତାଙ୍କୁ ସହଯୋଗ କରିଆସୁଛନ୍ତି ।

ଛତ୍ରପୁର ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.