ଆମ୍ବୁଲାନ୍ସ ଯୋଗେ ଚାଲାଣ ହେଉଥିଲା ଗଞେଇ ଭଦ୍ରକ ଟାଉନ ପୋଲିସ ପଞ୍ଜାରେ ଧରାପଡିଲେ ୮ ଯୁବକ ସହ ୪୫ କିଲୋ ଗଞ୍ଜେଇ

0 33

ଏମଭି ଚେକିଂ ସମୟରେ ଖୋଲିଲା ଗଞ୍ଜେଇ ଚୋରା ଚାଲାଣ କରୁଥିବା ରାକେଟର ଗୁମର। ଗିରଫ ହେଲେ ୮ ଜଣ ଯୁବକ । ଜବତ ହେଲା ୪୫ କିଲୋ ଗଞ୍ଜେଇ, ମାରଣାସ୍ତ୍ର, ୮ଟି ମୋବାଇଲ, ୧୦ ହଜାର ଟଙ୍କା କାର ସହ ଗୋଟିଏ ଆମ୍ବୁଲାନ୍ସ। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର, ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ ଭଦ୍ରକ ଟାଉନ ଥାନା ପୁଲିସ ପକ୍ଷରୁ ଏମଭି ଚେକିଂ ଚାଲିଥିଲା। ଏହି ସମୟରେ ସନ୍ଧିଗ୍ଧ ଭାବେ ଆସୁଥିବା ଏକ କାର ସହ ଏକ ଆମ୍ବୁଲାନ୍ସକୁ ଯାଞ୍ଚ କରିବା ବେଳେ ଉଭୟ ଗାଡିରୁ ମୋଟ ୪୫ କିଲୋ ଗଞ୍ଜେଇ ଜବତ କରାଯାଇଛି।

ଏହି ଗଞେଇ ଫୁଲବାଣୀ ରୁ ଭଦ୍ରକ ପୁରୁଣା ବଜାର ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଦିନକୁ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଶା ମାଫିଆ ମାନେ ସେମାନଙ୍କ କାୟା ବିସ୍ତାର କରିବାରେ ଲାଗିଛନ୍ତି। ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ତତ୍ପରତା।

ଇପିଏ ରୁ ସୀତାଂଶୁ ଶେଖର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.