ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ନିଃ ଶୁଳ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର

0 5

ବ୍ରହ୍ମପୁର :ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ସ୍ଥାନୀୟ ଶଙ୍କର ପୁର ସାହି ସ୍ଥିତ ସକଳେଶ୍ୱର ମନ୍ଦିର ପରିସରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ର ଉଦଘାଟକ ଭାବରେ ମାନ୍ୟବର ସାଂସଦ ଚନ୍ଦ୍ରଶେଖର ସାହୁ, ମୁଖ୍ୟ ଅତିଥି ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟ ବକ୍ତା ଡ଼, ନିରଞ୍ଜନ ପାଣିଗ୍ରାହୀ ବରିଷ୍ଠ ଅଧିବକ୍ତା,ସମ୍ମାନିତ ଅତିଥି ରୂପେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ ଶଙ୍କର୍ଷଣ ପାତ୍ର, ଭେଷଜ ବିଶେଷଜ୍ଞ ଡ଼, ଗଣେଶ୍ୱର ସେଠୀ, ଡ଼, ରାମହରି ଖଣ୍ଡୁଆଲ, ଡ଼, ପ୍ରାଣଚାନ୍ଦ ପଣ୍ଡା, ଡ଼, ଜେ ରାମା ରାଓ ,ଚକ୍ଷୁ ବିଶେଷଜ୍ଞ ଡ଼, ରାଜେନ୍ଦ୍ର କୁମାର ବେହେରା, ଶଙ୍କର୍ ଚକ୍ଷୁ ଚିକିତ୍ସା ଳୟ, ସମର ଝୋଳ, ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତା ଶ୍ରୀ ନଳିନୀକାନ୍ତ ରାଉତ ଙ୍କ ତତ୍ତ୍ୱାବଧାନରେ ଚକ୍ଷୁ ପରୀକ୍ଷକ ଭାଗ୍ୟଲତା ଗୌଡ଼, ସୁରଭି ପଟ୍ଟନାୟକ,ସି ଏଚଭୁବନେଶ୍ୱର, ସହଯୋଗୀ କ୍ରିଷ୍ଣା ରାଓ, ପ୍ରାକ୍ତନ କର୍ପୋରେଟର ଆଶା ଲତା, ଅଧିବକ୍ତା ସଙ୍ଘ ସମ୍ପାଦକ ପ୍ରଦୀପ କୁମାର ବେହେରା ବରିଷ୍ଠ ସାମ୍ୱାଦିକ ସୁଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଉପସଭାପତି ବିଜୟ ଭାସ୍କର ବାଙ୍ଗାରୀ ସଂଯୋଜନା କରିଥିବା ବେଳେ ଅନ୍ୟତମ ଉପସଭାପତି ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଂଘର ଆଭିମୁଖ୍ୟ,କାର୍ଯ୍ୟକ୍ରମ ଓ ବିବିଧ ଦାବି ଊପରେ ସାଂସଦ ଓ ବିଧାୟକ ଠାରେ ଉପସ୍ଥାପନ କରିଥିଲେ । ସମ୍ପାଦକ ପଦ୍ମ ଚରଣ ନାୟକ ସାଂସଦ ଙ୍କ ପୂର୍ବ ପ୍ରତି ଶ୍ରୁତି ମନେ ପକାଇ ଅନ୍ୟାନ୍ୟ ଦାବିଗୁଡିକୁ ଉପସ୍ଥାପନ କରିଥିଲେ ।

ସାଂସଦ ବିଧାୟକ ଦାବିଗୁଡିକୁ ଯଥାଶୀଘ୍ର ପାଳନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥଲେ । ସାଂସ୍କୃତିକ ସମ୍ପାଦିକା ଅନୁରାଧା ସାହୁ, ଓ ସେବାଦାନ ପାଇଁ ଯୋଗ ଦେଇ ଥିବା ସମସ୍ତ ଡାକ୍ତର ମହୋଦୟଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହିଁ କାର୍ଯ୍ୟକ୍ରମରେ ଅଶୋକ ପାତ୍ର, ଚିତ ରଞ୍ଜନ ସାମଲ, ରମେଶ ବାଙ୍ଗାରି ସାମ୍ବାଦିକ ନରସିଂହ ଡାକୁଆ, କୃପାମୟବେହେରା, ଦ୍ବାରିକା ମହାନ୍ତି, ପ୍ରଦୀପ ଦାସ, ନାରାୟନ ପାତ୍ର ଓ ମନ୍ଦିରର ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥଲେ ।ଶେଷରେ ଡ଼ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏ ହା ପରେ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.