ଆମ୍ ଆଦମୀ ପାର୍ଟି ତରଫରୁ ଭାରତ ବନ୍ଦ
ବ୍ରହ୍ମପୁର ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ସମର୍ଥକ କରି ବିକ୍ଷୋଭ କରାଯାଇଥିଲା l କେନ୍ଦ୍ର ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ତିନି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ଏମ୍.ଏସ.ପି କୁ ଆଇନର ଅନ୍ତର୍ଭୁକ୍ତ କରିବା, କମ୍ପାନୀ ସ୍ୱାର୍ଥରେ ଲାଗୁ ହୋଇଥିବା ବିଦ୍ୟୁତ ସଂସ୍କାର ଆଇନ 2020କୁ ବାତିଲ କରିବା ଦାବିନେଇ,ଆମ୍ ଆଦମୀ ପାର୍ଟି ପକ୍ଷରୁ ଶାନ୍ତିପୂର୍ଣ ପ୍ରତିବାଦ ସହ ମୋଟର ସାଇକେଲ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା କରି ତିନୋଟି କଳା କୃଷି କାନୁନର ବିଭିନ୍ନ ଦିଗ ଉପରେ ଲୋକକୁ ସଚେତନ କରି ଭାରତ ବନ୍ଦକୁ ନୈତିକ ସମର୍ଥନ ଦେଇ ଅର୍ଣ୍ଣଦାତା କୃଷକର ମନୋବଳକୁ ଦୃଢ କରିବା ପାଇଁ ନିବେଦନ କରାଯାଇଥିଲା l

ଦୀର୍ଘ ଦଶ ମାସ ଧରି ଦିଲ୍ଲୀରେ କୃଷକମାନେ କଳା ଆଇନକୁ ବିରୋଧ କରି ପ୍ରତ୍ୟାହାର ଦାବି କରିବା ସମୟ ମଧ୍ୟ୍ୟରେ ସାତ ଶହରୁ ଉର୍ଦ୍ଧ ଚାଷୀ ଶହୀଦ ହୋଇଥିଲେ ମଧ୍ୟ, କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ବଳପୂର୍ବକ ଭଣ୍ଡୁର କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି l ଅମ୍ବାନୀ, ଆଦାନୀ ଭଳି ବୃହତ ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ନିଜ ଜିଦରେ ଅଟକ ରହିବାକୁ କ୍ଷୋଭ ପ୍ରକାଶ ପାଇଥିଲା l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଆବାହକ ସୁବାଷ ରାଉତ, ଉପ ସଭାପତି ସୁଧୀର ପ୍ରଧାନ ନେତୃତ୍ୱ ନେଇଥିବା ବେଳେ ସି ହରପ୍ରସାଦ, ରମେଶ ବେହେରା, ପର୍ଶୁରାମ ସାହୁ,ଅଭିମନ୍ୟୁ ଦଳାଇ,ବିଷ୍ଣୁ ରଣା, ମନୋଜ ବିଷୋୟୀ, ପ୍ରଶାନ୍ତ ନାୟକ, ମନୋଜ ମିଶ୍ର,ରାଜେନ୍ଦ୍ର ମହାରଣା,ଆର ମନୋଜ କୁମାର, ଜଗନ୍ନାଥ ସାହୁ, ଓବିଡ଼ିଏଣ୍ଟ କୁମାର, ମନୋଜ ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )