ବ୍ରହ୍ମପୁର : ଆମ୍ ଆଦମୀ ପାର୍ଟି ତରଫରୁ ସମ୍ବିଧାନ ଦିବସ ତଥା ପାର୍ଟିର ଦଶମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ସ୍ଲୋଗାନ ଦେଇ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା l ଏଥିସହ ଢିପ ସାହି ଆମ୍ୱେଦକର କଲ୍ୟାଣ ମଣ୍ଡପ ଠାରେ ଥିବା ବାବା ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଖପାଖ ଅଂଚଳକୁ ସଫା କରି ମହିଳା ସାହି ବାସିନ୍ଦାଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଲ ଜିଲ୍ଲା ଆବାହକ ସୁବାସ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପ ସଭାପତି ସୁଧୀର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ସମ୍ବିଧାନର ସୁରକ୍ଷା, ଦିଲ୍ଲୀରେ ଐତିହାସିକ କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତିରେ ଆମ୍ ଆଦମୀ ପାର୍ଟିର ଭୂମିକା ତଥା ପାର୍ଟିର ଗଠନ ବର୍ତମାନ ପରିପେକ୍ଷିରେ ଜନସାଧାରଣଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କ୍ରମରେ ଆବାହକ ସୁବାସ ରାଉତ,ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପ ସଭାପତି ସୁଧୀର ପ୍ରଧାନ,ବ୍ରହ୍ମପୁର ମହାନଗର ସଭାପତି ସି. ହରପ୍ରସାଦ,ପର୍ଶୁରାମ ସାହୁ, କୈଳାଶ ସେଠୀ, ମନୋଜ ପାଢ଼ୀ,ରମେଶ ବେହେରା ସହ ସଂଗଠକ ବିଷ୍ଣୁ ରଣା, ମନୋଜ ବିଷୋୟୀ, ମମତା ନାୟକ,ଅଭିମନ୍ୟୁ ଦଳାଇ, ପ୍ରଦୀପ ଚୌଧୁରୀ,ମନୋଜ ମିଶ୍ର, ନରସିଂହ ପାତ୍ର, ରିତେଶ କୁମାର ଦାଶ, ପ୍ରତିଭା ରେଡ୍ଡୀ ପ୍ରମୁଖ ଅନେକ କାର୍ଯ୍ୟକର୍ତା ଅଂଶ ଗ୍ରହଣ କରିଥିଲେ l
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )