ଆରଟିଓ କାର୍ଯ୍ୟାଳୟ କୁ ଅଚାନକ ଅନୁସନ୍ଧାନରେ ଗଞ୍ଜାମ ଜିଲ୍ଲାପାଳ !!

0 8

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କୁ ଅଚାନକ ପରିଦର୍ଶନ କରି ବିଭିନ୍ନ ନଥିପତ୍ର ଯାଞ୍ଚ କରିଛନ୍ତି । କାର୍ଯ୍ୟାଳୟର ସ୍ମାର୍ଟ କାର୍ଡ ସେଣ୍ଟର ଠାରୁ ଆରମ୍ଭ କରି ବିଭିନ୍ନ କକ୍ଷ ବୁଲି ସେ ତଦାରଖ କରିଛନ୍ତି । ପାନୀୟଜଳ , ଶୈାଚାଳୟ ଓ ଗାଡି ପାକିଂ ଏବଂ ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୂରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ଏହିଅବସରରେ ଏମଭିଆଇ ଶିବ ଶଙ୍କର ଚୈାଧୂରୀଙ୍କ ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ପ୍ରାରମ୍ଭ ରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆରଟିଓଙ୍କ ନିଜସ୍ୱ ପ୍ରକୋଷ୍ଠ ରେ ରହି କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ ।

ଗଞ୍ଜାମ ଜିଲ୍ଲା ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.