ଆରଡି ଛକ ରେ ମାନବ ଜ୍ୟୋତି ଔଷଧ ଦୋକାନ ରୁ ଲୁଟ୍

0 26

ଗୁଳି ମାଡ଼ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡ଼ି ଛକ ନିକଟରେ ଥିବା ମାନବ ଜ୍ୟୋତି ଔଷଧ ଦୋକାନରୁ ଲୁଟ୍ ହୋଇଛି। ସେତେବେଳେ ସମୟ ରାତି ୧୦ଟା। 6 ଜଣ ଦୁର୍ବୃତ୍ତ 2ଟି ବାଇକ୍‌ରେ ଆସିଥିଲେ । ସେମାନଙ୍କ ମଧ୍ୟରୁ 4 ଜଣ ଦୋକାନ ଭିତରକୁ ପଶିଥିଲେ । କେହି କିଛି ବୁଝିବା ପୂର୍ବରୁ ଗୋଟିଏ ରାଉଣ୍ଡ ଫାୟାରିଂ କରି ୩ଟି ମୋବାଇଲ, ପାଖାପାଖି ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ପରେ ଦୋକାନୀ ଗ୍ରାମାଞ୍ଚଳ ପୁଲିସ୍‌କୁ ଖବର ଦେଇଥିଲେ। ଆଇଆଇସି ଆଲୋକ ଜେନା

ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଦୁର୍ବୁଭଙ୍କୁ ଠାବ କରାଯାଇପାରିବ ବୋଲି ଆଇଆଇସି କହିଛନ୍ତି। ଏଠାରେ ସୂଚନା ଥାଉକି, ଏହି ଛକରେ ଅନେକ ସ୍କୁଲ, କଲେଜ, ହଷ୍ଟେଲ, ବେଙ୍କ ପରି ସଂସ୍ଥା ରହିଛି । ଏପରି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଆତଙ୍କ ଖେଳି ଯାଇଛି । ଆରଡିଛକରେ ଏପରି ଘଟଣା ପ୍ରଥମ । ଏବେ ଅଭିଯୁକ୍ତ ମାନଙ୍କୁ ପୋଲିସ କିପରି କାବୁ କରିବ ଆଲୋଚନା ହେଉଛି ।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.