ଆର୍ଥିକ ବିକାଶ ପାଇଁ ମିତଵ୍ୟୟିତା ଅପରିହାର୍ଯ୍ୟଠାରେ ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ମିତଵ୍ୟୟିତା ଦିବସ ପାଳନ

0 5

ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ଵ ମିତବ୍ୟୟିତା ଦିବସ ଶନିବାର ଦିନ ପାଳିତ ହୋଇଯାଇଛି ଏହି ଅବସରରେ ଏକ ସଞ୍ଚୟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ସୋନପୁର ଟାଉନ ପରିକ୍ରମା କରି ୧୦ଟି ପଞ୍ଚାୟତ ଯାହା- ଧର୍ମଶାଳା,ପଞ୍ଚମହଲା, ମହଦା, ଉପୁଲା,କଲାପଥର, ଯାଲୋଇ,ବିଶିପଡ଼ା,ନିମ୍ନ।, ଏ ସ୍ କଳ।ପଥର ଏବଂ ଜନମୁରା ଅଧିନସ୍ଥ ବିଭିନ୍ନ ଗ୍ରାମ ଗୁଡିକରେ ପ୍ରଚାରପତ୍ର ଏବଂ ସ୍ଲୋଗାନ ମାଧ୍ୟମରେ ଆର୍ଥିକ ବିକାଶ ପାଇଁ ମିତବ୍ୟୟୀତା ଅପରିହାର୍ଯ୍ୟ ବାର୍ତ୍ତା ପ୍ରଦାନ କରିବ । ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନିଲ ନରୱଣେ ଏହି ସଞ୍ଚୟ ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ,ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାସ, ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ମୁକ୍ତେଶ୍ଵର ପାଣିଗ୍ରାହୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଭୋଇ ଏବଂ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ସ୍ଵଳ୍ପ ସଂଚୟ ଅଧିକାରୀ ଶ୍ରୀଯୁକ୍ତ ହରିଚରଣ ମିଶ୍ର ପ୍ରାରମ୍ଭରେ ବିଶ୍ଵ ମିତବ୍ୟୟିତା ଦିବସ ଉପରେ ଆଲୋକପାତ କରି ସଞ୍ଚୟ ପକ୍ଷ ପାଳନ ଦିବସ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗିତା କରାଯିବ ବୋଲି ସୁଚାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟର ଶ୍ରୀ ଦୁଃଖି ଶ୍ୟାମ ସେଠୀ ଓ ସଞ୍ଜୟ ବାରିକ ପ୍ରମୁଖ ସହଯୋଗ କରିଥିଲେ।

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.