ଆର.ଉଦୟଗିରି ପଞ୍ଚାୟତ ସମିତିର ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା

0 185

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା ଆର.ଉଦୟଗିରି ପଞ୍ଚାୟତ ସମିତି ଅଧିନରେ ଥିବା ୧୭ଟି ପଞ୍ଚାୟତର ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୬୩ହଜାର୯୪୭ଜଣ ଜନସଂଖ୍ୟା ବସବାସ କରୁଥିବା ଆର.ଉଦୟଗିରି ବ୍ଲକ ୧୭ଟି ପଞ୍ଚାୟତକୁ ନେଇ ଗଠିତ ।୬୩ହଜାର୯୪୭ଜଣ ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୧୫୨୮, ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ୪୪୨୮୬ ଓ ଅନ୍ୟାନ୍ୟ ଲୋକଙ୍କ ଜନସଂଖ୍ୟା୧୮୧୩୩ ଅଟେ ।୧୭ଟି ପଞ୍ଚାୟତ ଯଥା ଅନଘା,ଅବାରସିଙ୍ଗ,ଛେଳିଗଡ, ଛେଲାଗଡ, ଡାବରଗୁଡା, ଡବାରସିଙ୍ଗ, ପରିସଲ, ପୂରୁଣାପାଣି, ବସ୍ତ୍ରୀଗୁଡା, ମଙ୍ଗରାଜପୁର, ମହେନ୍ଦ୍ରଗଡ, ରଣ୍ଡିବା, ରାମଗିରି, ଆର.ଉଦୟଗିରି,ଶବରପଲ୍ଲୀ, ସିଆଳିଲଟି ଓ ସୁବଲଡା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ନଂ-୧୦୬୩ ,୧୦୬୧ ଓ ୧୦୬୫ /ତା.୮-୧୦-୨୦୨୧ରିଖର ପ୍ରକାଶନ ଅନୁଯାୟୀ ତା.୧୬-୧୦-୨୦୨୧ରିଖ ସୁଧା ପ୍ରାପ୍ତ ହୋଇଥିବା ଅଭିଯୋଗ ଓ ପରାମର୍ଶ ଗୁଡିକୁ ନିଆଯାଇ ଗ୍ରାମ ପଞ୍ଚାୟତ ଆଇନ ଓ ବ୍ୟବସ୍ଥା ଅନୁଯାୟୀ ପତ୍ର ନଂ-୧୧୪୮ ଓ ୧୧୪୬,୧୧୫୦ ଓ ୧୧୫୨/ତା.୨୫-୧୦-୨୦୨୧ରିଖ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆର ଉଦୟଗିରି ପଞ୍ଚାୟତ ସମିତି ନିମନ୍ତେ ପ୍ରକାଶ ପାଇଥିବା ଚୁଡାନ୍ତ ତାଲିକା ସରପଞ୍ଚ ଆସନ ଗୁଡିକର ସଂରକ୍ଷଣ ତାଲିକାରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଅନଘା, ଅବାରସିଂ,ଛେଳିଗଡ, ଛେଲାଗଡ, ତବାରସିଂ,ପରିସଲ, ପୁରୁଣାପାଣି, ରାମଗିରି, ଆର ଉଦୟଗିରି, ଶବରପଲ୍ଲୀ, ସିଆଳିଲଟି ଓ ସୁବଲଡା ପଞ୍ଚାୟତର ସମିତି ସଭ୍ୟ ଆସନ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀର ସଂରକ୍ଷଣ ତାଲିକାରେ ପରିବର୍ତ୍ତନ ହୋଇଛି । ୩୨୬୧ ଜନସଂଖ୍ୟା ବିଶିଷ୍ଟ ଅନଘା ପଞ୍ଚାୟତର ସରପଞ୍ଚଆସନ (ଅନୁସୂଚିତ ଜନଜାତି -ମହିଳା) ଓ ସମିତିସଭ୍ୟ ଆସନ(ଅଣସଂରକ୍ଷିତ),୩୩୬୦ ଜନସଂଖ୍ୟା ଥିବା ଅବାରସିଙ୍ଗି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ (ଅନୁସୂଚିତ ଜନଜାତି-ମହିଳା) ,୪୮୧୧ ଜନସଂଖ୍ୟା ଥିବା ଛେଳିଗଡ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୪୨୭୩ ଜନସଂଖ୍ୟା ଥିବା ଛେଲାଗଡ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା) ,୨୦୬୬ ଜନସଂଖ୍ୟା ଥିବା ଡାବରଗୁଡା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି), ୩୫୪୮ ଜନସଂଖ୍ୟା ଥିବା ତବାରସିଂ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତ-ମହିଳା) ଓ ସମିତି ସଭ୍ୟ ଆସନ(ଅଣସଂରକ୍ଷିତ-ମହିଳା), ୨୧୪୪ ଜନସଂଖ୍ୟା ଥିବା ପରିସଲ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି),୨୦୧୪ ଜନସଂଖ୍ୟା ଥିବା ପୂରୁଣାପାଣି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ ( ଅନୁସୂଚିତ ଜନଜାତି) ,୩୧୫୪ ଜନସଂଖ୍ୟା ଥିବା ବସ୍ତ୍ରୀଗୁଡା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ(ଅନୁସୂଚିତ ଜନଜାତି-ମହିଳା), ୩୪୧୩ ଜନସଂଖ୍ୟା ଥିବା ମଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି) , ୭୯୭୫ ଜନସଂଖ୍ୟା ଥିବା ମହେନ୍ଦ୍ରଗଡ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି -ମହିଳା) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି ),୨୭୪୭ ଜନସଂଖ୍ୟା ଥିବା ରଣ୍ଡିବା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତ-ମହିଳା) ,୩୬୭୨ ଜନସଂଖ୍ୟା ଥିବା ରାମଗିରି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା), ୫୭୫୩ ଜନସଂଖ୍ୟା ଥିବା ଆର.ଉଦୟଗିରି ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୫୦୯୬ ଜନସଂଖ୍ୟା ଥିବା ଶବରପଲ୍ଲୀ ପଞ୍ଚାୟତର ସରପଞ୍ଚ ଆସନ ( ଅନୁସୂଚିତ ଜନଜାତି-ମହିଳା) ଓ ସମିତିସଭ୍ୟ ଆସନ (ଅଣସଂରକ୍ଷିତ), ୩୯୯୩ ଜନସଂଖ୍ୟା ଥିବା ସିଆଳିଲଟି ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅଣସଂରକ୍ଷିତ -ମହିଳା) ଏବଂ ୨୬୬୭ ଜନସଂଖ୍ୟା ଥିବା ସୁବଲଡା ପଞ୍ଚାୟତର ସରପଞ୍ଚ ଆସନ( ଅନୁସୂଚିତ ଜନଜାତି- ମହିଳା) ଓ ସମିତିସଭ୍ୟ ଆସନ(ଅନୁସୂଚିତ ଜନଜାତି) ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଆର.ଉଦୟଗିରି ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜନଜାତି ) ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ଗଜପତି ଇପିଏରୁ ଦିଲ୍ଲୀପ କୁମାର ଶତପଥି ଓ ମନୋଜ କୁମାର ସାବତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.