ଆର ଉଦୟଗିରି ବ୍ଲକରେ ବିଜେପି ତରଫରୁ ବନ୍ଦପାଳନ

0 100

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ପବ୍ଲିକ ସ୍କୁଲ୍ ର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାକୁ ବିରୋଧ କରାଯିବା ସହ ନ୍ୟାୟ ପ୍ରଦାନ ଦାବୀରେ ଗଜପତି ଜିଲ୍ଲା ଆର ଉଦୟିଗିରି ଠାରେ ବିଜେପି ତରଫରୁ ବନ୍ଦ ପାଳନ କରାଯାଇଥିଲା । ବିଜେପି ନେତା ଓ କର୍ମୀମାନେ ଆର ଉଦୟଗିରି ଦୋକାନ ବଜାର,ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରିବା ସହ ପାରଳାଖେମୁଣ୍ଡି-ମୋହନା ମୁଖ୍ୟରାସ୍ତାକୁ ପଥର ପକାଇ ଅବରୋଧ କରିଥିଲେ । ଯାହାଫଳରେ ଜନଜୀବନ ପ୍ରଭାବିତ ହୋଇଥଲା । ଆର ଉଦୟଗିରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନବୀନ ରଇତଙ୍କ ସମେତ ଚୈତନ୍ୟ ମଣ୍ଡଳ, ମୟ ପାଇକ, ନୀଳାଞ୍ଚଳ ପତି, ସଞ୍ଜୟ କୁମାର ପତି ଓ କମଳାକାନ୍ତଙ୍କ ସମେତ ବହୁ ବିଜେପି ନେତା ଓ ବହୁ ଦଳୀୟ କର୍ମୀ ଏହି ବନ୍ଦପାଳନରେ ସାମିଲ ହୋଇଥିଲେ ।

ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଇପିଏ ରୁ ମନୋଜ କୁମାର ସାବତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.