ଆଶା ମିଟିଂ ରେ ୧୦୮ ସେବା ଏବଂ ତା’ର ଭୂମିକା

0 32

ପାଇକମାଲ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସଭାଗୃହ ଠାରେ ଚାଲିଥିବା ସେକ୍ଟର ମିଟିଂ ସଇଲା ପରେ ସରକାରୀ ଆମ୍ବୁଲାନ୍ସ ସେବା ଜିଗିତ୍ସା କମ୍ପାନୀ ରେ କାର୍ଯ୍ୟରତ ବରଗଡ ସି.ଏଲ ଶ୍ରୀଯୁକ୍ତ ଅଜୟ ପୁରୋହିତ ଗର୍ଭବତୀ ମହିଳା ତଥା ନବଜାତ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ରାଜ୍ୟ ସରକାର ଙ୍କ ମାଗଣା ସେବା ରେ ଲାଗି ରହିଥିବା ସରକାରୀ ଆମ୍ବୁଲାନ୍ସ ର ମାଗଣା ସେବା କୁ ସଦାସର୍ବଦା ୧୦୮ ନଂ କୁ ଫୋନ କରି ବ୍ୟବହାର କରିପାରିବେ ବୋଲି ମତପ୍ରଦାନ କଲାପରେ ଆଶା ମାନଙ୍କ କହିବାକଥା ହେଲା ଆମେ ଗର୍ଭବତୀ ତଥା ଶିଶୁ ମାନଙ୍କ ଯତ୍ନ ସକାଶେ ସରକାର ଙ୍କ ୧୦୮ ଆମ୍ବୁଲାନ୍ସ ବ୍ୟବହାର କରୁଛୁ ସତ କିନ୍ତୁ ରୋଗୀ ଙ୍କୁ ସରକାରୀ ଡାକ୍ତରଖାନା ରେ ଛାଡ଼ିଲା ପରେ ରୋଗୀ ଆଉ ଫେରିବାପାଇଁ ସରକାରୀ ଆମ୍ବୁଲାନ୍ସ ଆଣୁ ନ ଥିବା ଦ୍ୱାରା ଲୋକେ ଅଜଥା ଟାରେ ଖର୍ଚ୍ଚାନ୍ତ ହେଉଛନ୍ତି ଏଣୁ ମାଗଣା ସେବାକାରୀ ସରକାରୀ ଆମ୍ବୁଲାନ୍ସ ର ମାନେ କ’ଣ ବୋଲି ପ୍ରଶ୍ନ କରିବାରୁ ଶ୍ରୀଯୁକ୍ତ ପୁରୋହିତ ଯାହା ନିର୍ଦ୍ଦେଶ ଅଛି ତାକୁ ହିଁ ଚାଲିଛି ତାହା ମୋ ହାତ ରେ ନାହିଁ ବୋଲି କହିଥିଲେ lତଥାପି ଏହାର ଫାଇଦା ଉଠାଇବାକୁ ସେ ଆଶାକର୍ମୀ ଙ୍କୁ ଅନୁରୋଧ କରିଥିଲେ l

ପଦ୍ମପୁର ଇପିଏ ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.