ଆସୁଛି ତୃତୀୟ ଲହର,ଭୁସୁଡୁଛି ସ୍ବାସ୍ଥ୍ୟ ଅବସ୍ଥା

0 35

ଆଗକୁ ଆସୁଛି ତୃତୀୟ ଲହର। ଧୀରେ ଧୀରେ କରୋନା ରେ ସଂକ୍ରମିତ ହେଉଛନ୍ତି ୧୮ ବର୍ଷ ରୁ କମ୍ ବୟସ୍କ ପିଲାମାନେ। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ନାହାଁନ୍ତି ଆବଶ୍ୟକୀୟ ଡାକ୍ତର। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୧୨ ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହ ୬୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି।୨୬୮ ଜଣ ଡାକ୍ତର ଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ୧୯୮ ଜଣ ଡାକ୍ତର। ଏକ ନିର୍ଦିଷ୍ଟ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେବାକୁ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକ୍ କହିଛନ୍ତି ଜିଲ୍ଲା ରେ ଥିବା ୧୨ ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ରୁ ମାତ୍ର ଦୁଇଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଛନ୍ତି ଶିଶୁ ଡାକ୍ତର। ଶିଶୁ ଡାକ୍ତର ସମେତ ଅନ୍ୟ ଡାକ୍ତର ପଦବୀ ପୂରଣ କରିବାକୁ ସେ ସରକାର ଙ୍କୁ ଜଣାଇଛନ୍ତି।ରାଜ୍ୟ ରେ ଶିଶୁ ମାନେ କରୋନା ରେ ସଂକ୍ରମିତ ହେଉଥିବା ବେଳେ ଯାଜପୁର ଜିଲ୍ଲାର ସ୍ବାସ୍ଥ୍ୟ ଅବସ୍ଥା ର ଏଭଳି ପରିସ୍ଥିତି ନିହାତି ଭାବରେ ଉଦବେଗ ଜନକ।

ଯାଜପୁର ଜିଲ୍ଲା ଇପିଏ ରୁ ଧର୍ମେନ୍ଦ୍ର ବାରିକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.