ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶନିବାର ଗଞ୍ଜାମ ଆୟୁଷ ଡକ୍ତରସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ୍ରେ ଆୟୁଷ ସେବା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ଆରୋଗ୍ୟ କାମନା ସହ ସାରା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆୟୁଷ ଔଷଧ ବଣ୍ଟନ କରାଯାଉଛି । ଗଞ୍ଜାମ ଆୟୁଷ ସଂଘ ଦୀର୍ଘ ୧୪ ବର୍ଷ ଧରି ଏପରି ନିରନ୍ତର ସେବା ପ୍ରଦାନ କରି ଆସୁଛି । ଏହି ପରିପ୍ରେକ୍ଷୀରେ ବଡ଼ କୁଶସ୍ଥଳୀସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୁଷ ଡକ୍ଟର୍ଶ ସଂଘ ପକ୍ଷରୁ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଏଠାରେ ଔଷଧ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିବା ସଂଘ ସଭାପତି ଡ଼ାକ୍ତର ଚନ୍ଦ୍ର ଶେଖର ମିଶ୍ର ସୂଚନା ଦେଇଥିଲେ । ଏଥିରେ ଉପସଭାପତି ଡ଼ା.ପ୍ରିତିଶ ରଞ୍ଜନ ସାହୁ,ସାଂଗଠନିକ ସମ୍ପାଦକ ଡ଼ା. ସରୋଜ ପ୍ରଧାନ, ଡ଼ା.ସୋନାଲିନ୍ ମହାପାତ୍ର, ଡ଼ା.ଇପ୍ସିତା ପଣ୍ଡା, ଡ଼ା. ରଶ୍ମୀ ପଟ୍ଟନାୟକ, ଡ଼ା. ରବି ପାଢ଼ୀ,ଡ଼ା. ରାମାନୁଜ ପଟ୍ଟନାୟକ, ଡ଼ା, ମନ୍ମଥ ବେହେରାଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଶିବିର ପରି ଚାଳନାରେ ସହ ଯୋଗ କରିଥିଲେ। ଯୋଗ ଶିକ୍ଷକ ଲିପକ କୁମାର ସାହୁ ଏଠାରେ ଯୋଗ ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଲ ଓଡ଼ିଶା ଆୟୁଷ ଡ଼ାକ୍ତର ସଂଘର ଉପଦେଷ୍ଟାଭାବେ ବରିଷ୍ଠ ଆଇନଜୀବୀ ତଥା ୟୁଟିଭି ଓ ଅନୁପମ ଭାରତର ସାମ୍ବାଦିକ ସୁଦୀପ କୁମାର ସାହୁଙ୍କୁ ଦାୟିତ୍ଵ ପ୍ରଦାନ କରାଯିବା ସହ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଜାଇ ସମ୍ବଦ୍ଧିତ କରାଯାଇଥିଲା ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )