ଇଣ୍ଟରନ୍ୟାସନାଲ ଗୀତା ମିଶନ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷରୋପଣ

0 8

ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ନାନିତ କରାଯାଇଥିବା ଜଗତସିଂହପୁର ଜିଲ୍ଲା ଅରିଲୋ ଶିଶୁ ଅନନ୍ତ ଆଶ୍ରମରର ପୂଜ୍ୟପୁଜକ ବାବା ବଳିଆଙ୍କ ଇଣ୍ଟରନ୍ୟାସନାଲ ଗୀତା ମିଶନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମିଶନର ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସଂପାଦିତ ହୋଇଥିଲା । ପୃଥିବୀର ତାପମାତ୍ରା ବଢି ବଢି ଚାଲିଥିବା ବେଳେ ବୃକ୍ଷ ରୋପଣ ଓ ସଂରକ୍ଷଣର ଧାରା ହିଁ ଏହାକୁ ଅଟକାଇ ପାରିବ । ଏକ ଲକ୍ଷ ବୃକ୍ଷ ରୋପଣ ଓ ସଂରକ୍ଷଣ ସଂକଳ୍ପ ରଖି ଗୀତାମିଶନ ଗତବର୍ଷ ୨୭୦୦୦ରୁ ଉର୍ଦ୍ଧ ଚାରା ରୋପଣ କରିବାକୁ ସମର୍ଥ ହୋଇଥିଲା । ଚଳିତ ବର୍ଷ ୨୭୦୦ ରୋପଣ ଗତ ବନ ସପ୍ତାହ ଦିବସରେ କରାଯାଇଥିଲା ।

ଏହି ଅବସରରେ ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ମହାରାଜ କହିଥିଲେଯେ ବୃକ୍ଷହିଁ ବିଶ୍ୱର ଭବିଷ୍ୟତ ଓ ବିଶ୍ୱର ରକ୍ଷକ ।
ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା,କୋରୁଆ,ହରିପୁର,ଉଦକମଳ,ମରିଲୋ,ବେହୁଳ,ନଢିଆବରାଇ,ତିକନପୁର,ଜିରାଳ ଆଦି ଅଞ୍ଚଳରେ ବ୍ୟାପକ ଭାବେ ଆମ୍ବ,ଲିମ୍ବ,ପଣସ,ଭୃସଙ୍ଗ,ବରକୋଳି,ସପେଟା ଓ ଲିଚୁ ଆଦି ବୃକ୍ଷ ରୋପଣ କରାଯାଇଥିଲା । ସମୁଦାୟ ୨୭୦୦ରୁ ଉର୍ଦ୍ଦ ଚାରା ରେପେଣ ଓ ବଶ୍ଟନ କରାଯାଇଥିଲା ।’ଦାରୁବ୍ରହ୍ମ ବନ ପ୍ରକଳ୍ପ’ ନାମରେ ଗୀତା ମିଶନ ଓଡିଶାର ସମସ୍ତ ସ୍ଥାନରେ ଏହି କାର୍ଯ୍ୟ ଚଳାଇଥିବା ସୂଚନା ମିଳିଛି । ଆସନ୍ତା ବର୍ଷ ବୃକ୍ଷରୋପଣ ସଂଖ୍ୟା ଏକ ଲକ୍ଷ ପୂର୍ଣ୍ଣ କରିବାକୁ ମିଶନ ପକ୍ଷରୁ ଲକ୍ଷ ରଖାଯାଇଥିବା ମିଶନର ସଭାପତି ଡଃ ସ୍ୱମୀ ଚିଦାନ୍ଦ ମହାରାଜ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ମିଶନ ପକ୍ଷରୁ ଏହି ବର୍ଷ ଠାରୁ ରାଜ୍ୟର ବିଭିନ୍ନ କେନାଲ ବନ୍ଧରେ ତାଳ ଓ ଖଜୁରୀ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହିକାର୍ଯ୍ୟରେ ପ୍ରସନ୍ନ ନାୟକ,ଗୈାରାଙ୍ଗ ସୁତାର,ଅରକ୍ଷିତ ମହାପାତ୍ର,ଭଗବାନ ବେହେରା,ଗୋପବନ୍ଧୁ ଦାସ,ଅଭିଷେକ ପାଣି ଓ ନରତ୍ତୋମଳ୍ଲ୍‌ିକ ପ୍ରମୁଖ ସହଯୋଗର ହାତ ବଢାଇଥିବା ଦେଖିବାକୁ ମିଳିଛି ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.