ଇନରୱିଲ କ୍ଲବ୍ ତରଫରୁ ସ୍ବାଗତସମ୍ୱର୍ଦ୍ଧନା ଉତ୍ସବ

0 12

ଧର୍ମନଗର ରୋଟାରୀ କ୍ଲବ୍ ପରିସରରେ ବୁଧବାର ସଂଧ୍ୟାରେ ଇନର ହୁଇଲ୍ କ୍ଳବ ବ୍ରହ୍ମପୁର ଇଷ୍ଟ ଏକ ବୈଠକ ସହ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଲବର ଜିଲ୍ଲା ଚେୟାରମ୍ୟାନ ମନିଷା ଶ୍ରୀବାସ୍ତବଙ୍କ ବ୍ରହ୍ମପୁର ଗସ୍ତ ଅବସରରେ କ୍ଳବ ତରଫରୁ ତାଙ୍କୁ ଏପରି ସ୍ବାଗତ ସମ୍ବନ୍ଧନା ଜ୍ଞାପନ କରାଯାଇଥିଲା । ସଭାନେତ୍ରୀ ଗାୟତ୍ରୀ ପଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦିକା ଏମ୍.ବାଣିଶ୍ରୀ ବିବରଣି ଉପସ୍ଥାପନ କରିଥିଲେ । ଏଠାରେ କ୍ଲବ ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ଜିଲ୍ଲା ଚେୟାରମେନ୍ ଶ୍ରାବାସ୍ତବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ, ଆଇନଜୀବୀ ତଥା ସଂଗୀତଜ୍ଞ ସୁଦାପ କୁମାର ସାହୁ ଙ୍କୁ ତାଙ୍କର ଉଲେଖନୀୟ କାର୍ଯ୍ୟପାଇଁ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶିଶୁମାନଙ୍କୁ ଶିଶୁଖାଦ୍ୟ ପ୍ରଦାନ ପ୍ରଦାନ କରାଯାଇଥିଲା । ଶେଷରେ ତିମ୍ପଲ ସିଂ’ ଧନ୍ୟବାଦ ଅର୍ପଣ କରିଥିଲେ । ସବିତା ପଟନାୟକ , ଗୀତାଞ୍ଜଳି ପୃଷ୍ଟି , ମିନାକ୍ଷୀ ,ଅମିତା ରାଉଳ , ଅରୁଣିମା ଦାସ , ସଂଯୁକ୍ତା, ଭଂଜ ,ସ୍ୱାତି ଙ୍କ ସମେତ ଇନର ହୁଇଲ୍ କ୍ଳବ ର ସମସ୍ତ ସଦସ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଗଂଜାମ ଜିଲ୍ଲା ବ୍ରହ୍ମପୁର ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.