ଇପ୍ସିତା ପଟ୍ଟନାୟକ ସମାଜ ବିଜ୍ଞାନରେ ଶ୍ରେଷ୍ଠଛାତ୍ରୀ

0 10

ବାରିପଦା ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ଇପ୍ସିତା ପଟ୍ଟନାୟକ 2021+3ଶେଷ ପରୀକ୍ଷାରେ “ସମାଜ ବିଜ୍ଞାନ ସଂମ୍ମାନ” ରେ ଶ୍ରେଷ୍ଠ ହେବାରେ ଗୌରବ ଲାଭ କରିଛନ୍ତି I ରାଇରଙ୍ଗପୁରର ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଶ୍ରୀପତି ପଟ୍ଟନାୟକ ଓ ହେମଲତାଙ୍କ ନାତୁଣୀ ତଥା ରାଇରଙ୍ଗପୁର ବନ ଖଣ୍ଡ ବିଭାଗର ବରିଷ୍ଠ ବନପାଳ ସତ୍ୟବ୍ରତ ପଟ୍ଟନାୟକ ଓ ଗୃହିଣୀ ସାଧନାଙ୍କ ସାନ ଝିଅ ଅଟନ୍ତି I ଇପ୍ସିତା ଭଲ ପାଠପଢା ସହ ବିତର୍କ, ପ୍ରବନ୍ଧ, ସାଧାରଣଜ୍ଞାନ, ଚିତ୍ରାଙ୍କନ ଓ ଖେଳ କୁଦରେ ମଧ୍ୟ ବହୁଥର ପୁରସ୍କୃତ ହୋଇଛନ୍ତି I ସମାଜବିଜ୍ଞାନରେ ସ୍ନାତକୋତ୍ତର ପରେ ସେ ଗବେଷଣାରେ ମନୋନିବେଶ କରି ଜଣେ ଅଧ୍ୟାପିକା ହେବେବୋଲି କହିଛନ୍ତି I ଇପ୍ସିତା ତାଙ୍କ ସଫଳତାର ଶ୍ରେୟ ଶ୍ରେଷ୍ଠ ପିତାମାତା, ଅଧ୍ୟାପକ/ଅଧ୍ୟାପିକା, ସମସ୍ତ ଶୁବେଛୁ ଓ ଭଗବାନଙ୍କୁ ଦେଇଛନ୍ତି I

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.