ଉଚ୍ଛେଦ ବସ୍ତିବାସିନ୍ଦାଙ୍କ ମୌଳିକ ସମସ୍ଯାକୁ ତୁରନ୍ତ ସମାଧାନ କରାଯାଉ: ବିଜେପି

0 7

ଗ୍ରୀନ ଟ୍ରିବୁନାଲ ଛାଟକୁ ଦ୍ୱାହିଦେଇ ଦୀର୍ଘଦିନ ହେଲା ଶୋଇ ରହିଥିବା ବ୍ରହ୍ମପୁର ମହାନଗରନିଗମ ହଠାତ ବିଭିନ୍ନ ଦୁରାଭିସନ୍ଧି ରଖି ତତ୍ପରତା ପ୍ରକାଶକରିବା ସହ ୭୨ ପରିବାରକୁ ୱାର୍ଡ ନଂର ୪ରୁ ସ୍ଥାନନ୍ତରଣ କରି ଜଗବନ୍ଧୁସାହି ରାଜୀବ ଆୱାସ ଗୃହକୁ ସ୍ଥାନାନ୍ତରଣ କରିବା ସହ ସେମାନଙ୍କ ଦୀର୍ଘଦିନର ବାସସ୍ଥାନ ୱାଡ ନଂ୪ ର ଦଣ୍ଡକାଳୀ ମନ୍ଦିର ପଛ ନେଳିଆବନ୍ଧ ହୁଡାରୁ ମାଟିରେ ମିଶେଇ ଦେଇଛି।

ବହୁଦିନ ଧରି ରାଜୀବ ଆୱାସ ଯୋଜନାର ଗୃହ ନିର୍ମାଣ ହୋଇ ତାହାର ଆନୁଷଙ୍ଗିକ ଜଳ ନିଷ୍କାସନ ଓ ନର୍ଗମନ ନାଳୀ ଗୁଡିକ ଭାଙ୍ଗିରୁଜି ଯାଇଛି। ସେଠାରେ ଜଳ ଯୋଗାଣ ବ୍ଯବସ୍ଥା ନାହିଁ। ବିଦ୍ଯୁତ ସଂଯୋଗ ବ୍ଯବସ୍ଥା ମଧ୍ଯ ନାହିଁ। ନାହିଁ ନାହିଁରେ ଥିବା ଆୱାସ ଗୃହକୁ ମହାନଗର ନିଗମ ତରବରିଆ ଭାବରେ ୭୨ ପରିବାରକୁ ସ୍ଥାନାନ୍ତରଣ କରିଥିବା ଯୋଗୁଁ ବିନା ମୌଳିକ ସୁବିଧାରେ କିପରି ବଞ୍ଚିବେ ବସ୍ତିବାସିନ୍ଦା ବୋଲି ସ୍ଥାନୀୟ ବିଜେପି କର୍ମୀ ମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କୁ ଆଗାମୀ ୩ଦିନ ମଧ୍ଯରେ ଯଦି ମୌଳିକ ସୁବିଧା ନଦିଆଯାଏ ତେବେ ଭାରତୀୟ ଜନତା ପାର୍ଟି ଆସ୍କାରୋଡ ମଣ୍ଡଳ ଲୋକଙ୍କୁ ନ୍ଯାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବା ସହ ମହାନଗର ନିଗମର ବସ୍ତିବାସିନ୍ଦାଙ୍କ ପ୍ରତି ବୈମାତୃକମନୋଭାବ ପ୍ରତିପୋଷଣର କଡା ଜବାବ ଦେବ ବୋଲି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ କିରଣ କୁମାର ସାହୁ, ମଧୁସୂଦନ ସାହୁ ଏବଂ ଗଜେନ୍ଦ୍ର ଚୌଧୁରୀ, ଚେତାବନୀ ଦେଇଛନ୍ତି। ଗତକାଲି ଉଚ୍ଛେଦ ସମୟରେ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ବାରଣ୍ଡାରେ ଜୀବନ ଯାପନ କରୁଥୁବା ନିରାଶ୍ରୟ ବୃଦ୍ଧା ମହିଳାଙ୍କୁ ସ୍ଥାନୀୟ ପ୍ରଶାସନ ଅଣ ଦେଖା କରିଥିବା ବେଳେ ଅଞ୍ଚଳର ଯୁବସଂଗଠକ କିରଣ କୁମାର ସାହୁଙ୍କ ନେତୃତ୍ୱରେ କମଳ ପାତ୍ର, ରବୀନ କୁମାର ସାହୁ ସୁଶାନ୍ତ ସାହୁ, ରାକେଶ ସାହୁ,ସୁଶାନ୍ତ ବେହେରା,ଅସହାୟ ବୃଦ୍ଧା ମହିଳାଙ୍କୁ ଥଇଥାନ ପାଇଁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ଯୁବକ ମାନେ ଅଣ୍ଟା ଭିଡିଥିଲେ।

ଗଂଜାମ ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.